WASHINGTON, DC - NOVEMBER 26: President Donald Trump speaks in the Diplomatic Room of the White House on Thanksgiving on November 26, 2020 in Washington, DC. Trump had earlier made the traditional call to members of the military stationed abroad through video teleconference. (Photo by Erin Schaff - Pool/Getty Images)
ଓ୍ବାଶିଂଟନ,୪।୩: ଆମେରିକା କ୍ୟାପିଟୋଲରେ ଗତବର୍ଷ ଜାନୁୟାରୀ ୬ରେ ସଂଘଟିତ ଦଙ୍ଗା ପଛରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଯୋଗୀମାନେ ଆପରାଧିକ ଷଡ଼ଯନ୍ତ୍ରରେ ସାମିଲ ଥିଲେ। ନିର୍ବାଚନକୁ କଂଗ୍ରେସ ଯେପରି ସାର୍ଟିଫିକେଟ ଦେଇ ନ ପାରିବ ସେଥିପାଇଁ ସେମାନେ ବାଧା ସୃଷ୍ଟି କରିବାକୁ ଯୋଜନା କରିଥିଲେ। ଜାନୁୟାରୀ ୬ ଘଟଣାର ତଦନ୍ତ କରୁଥିବା ହାଉସ୍ ସିଲେକ୍ଟ କମିଟି ବୁଧବାର ଅଦାଲତଙ୍କୁ ଏ ସମ୍ପର୍କରେ ଜଣାଇଛି। ପ୍ରଥମ ଥର ପାଇଁ କମିଟି ଏଭଳି ପ୍ରମାଣ ଉପସ୍ଥାପନ କରିଛି, ଯାହା ଦ୍ୱାରା ଟ୍ରମ୍ପ୍ଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇପାରେ। ତଦନ୍ତ ରିପୋର୍ଟରେ ପୂର୍ବତନ ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ଶୀର୍ଷ ଉପଦେଷ୍ଟା, ପୂର୍ବତନ ନ୍ୟାୟ ବିଭାଗର ନେତା ଓ ଟ୍ରମ୍ପ୍ର କେତେଜଣ ଘନିଷ୍ଠଙ୍କ ମତାମତ ଓ ସାକ୍ଷାତ୍କାରକୁ ମଧ୍ୟ ସାମିଲ କରାଯାଇଛି। ଟ୍ରମ୍ପ୍ ଓ ତାଙ୍କ ସହଯୋଗୀମାନେ ୨୦୨୦ ନିର୍ବାଚନରେ ଭୋଟ ଜାଲିଆତି ହୋଇଥିବା ନେଇ ଅଭିଯୋଗ କରିଆସୁଥିଲେ। ଅସାମ୍ବିଧାନିକ ଉପାୟ ଆପଣାଇବା ସହ ଏଥିରେ ଉପରାଷ୍ଟ୍ରପତି ପେନ୍ସ ଓ ତାଙ୍କ ଉପଦେଷ୍ଟାମାନଙ୍କୁ ସାମିଲ କରିବା ଲାଗି ଆଟର୍ନି ଜନ୍ ଇଷ୍ଟମାନ୍ ଟ୍ରମ୍ପ୍ଙ୍କୁ ପରାମର୍ଶ ଦେଇଥିଲେ ବୋଲି କମିଟି କହିଛି।