ଧର୍ମଶାଳା,୩୧।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କୁମାରୀ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଶୁକ୍ରବାର ସକାଳୁ ଜଣାପଡିଛି। ବିଭିନ୍ନ ଘରର ଝରକା ଭାଙ୍ଗି ଦୃର୍ବୁତ୍ତମାନେ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳର ହରିହର ସାହୁଙ୍କ ଘରର ପାଚେରି ଡେଇଁ ଝରକା ଭାଙ୍ଗି ଚାରି ଦୃର୍ବୁତ୍ତ ଘରେ ପଶିଥିବାର ଭିଡିଓ ସିସିଟିଭିରେ କଏଦ ହୋଇଛି। କେବଳ ଏତିକି ନୁହେଁ ବରଂ ସେମାନେ ବଞ୍ଚିବା ପାଇଁ କିଛି ସିସିଟିଭିର କ୍ୟାମେରାକୁ ମଧ୍ୟ ଦୃର୍ବୁତ୍ତ ବୁଲେଇ ଦେଇଛନ୍ତି।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିବାବେଳେ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ପହଞ୍ଚି ନ ଥିବା କାରଣରୁ ଉକ୍ତ ଘର ମଧ୍ୟକୁ କେହି ପ୍ରବେଶ କରିନାହାନ୍ତି। ସିସିଟିଭି କ୍ୟାମେରା ଆଧାରରେ ପୋଲିସ ତଦନ୍ତ କରୁଛି। କିନ୍ତୁ ମିଳିଥିବା ସୂଚନା ଅନୁସାରେ ଉକ୍ତ ଘରେ ସୁନା ରୂପା ଅଳଙ୍କାର ଓ ଟଙ୍କା ଥିବା ନେଇ ଘର ର ମାଲିକ କହିଛନ୍ତି। ସେହିପରି ଏହି କଲୋନୀରେ ଅନ୍ୟ ଦୁଇରୁ ଏକାଧିକ ସ୍ଥାନରେ ଚୋରି ହୋଇଥିବା ବେଳେ କୌଣସି ଏକ ସ୍ଥାନରୁ ତିନି ଭରିରୁ ଅଧିକା ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଚୋରି ହୋଇଥିବା ନେଇ ଚର୍ଚା ଧରିଛି। ଏହି ଅଞ୍ଚଳରେ ବାରମ୍ବାର ଏହିଭଳି ଚୋରି ଲୁଟ ଭଳି ଘଟଣା ଘଟୁଥିବା ବେଳେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି।