ବଢୁଛି ଚୋରି, ଲୋକେ ଭୟଭୀତ: ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଚଣ୍ଡୀପାଟଣା ଛକ ନିକଟରେ ଥିବା ଦୁଇଟି ଦୋକାନରୁ ଚୋରି ହୋଇଛି। ଏଥିସହ ବିଲମାଳରୁ ଗୋଟିଏ ପାଣି ପମ୍ପ ଚୋରି ହୋଇଛି। ଆଉ ଜଣଙ୍କ ଘରୁ ଚୋରି ଉଦ୍ୟମ ହୋଇଥିଲା। ଖବର ପାଇ ତାରସିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଜଟେସୱର ପରିଚ୍ଛା, ବିଦ୍ୟାଧର ଆଚାର୍ଯ୍ୟଙ୍କ ଦୋକାନରୁ ନଗଦ ୨୦ ହଜାର ଟଙ୍କା ସମେତ ଅନ୍ୟାନ୍ୟ ଜିନିଷ ଚୋରୀ ହୋଇଛି । ନାରାୟଣ ପାଣିଗ୍ରାହୀଙ୍କ ବିଲମାଳରୁ ପାଣି ପମ୍ପ ଚୋରି ହୋଇଛି। ଏଥିସହ ଧନଞ୍ଜୟପୁର ଗ୍ରାମର ବିରୁପାକ୍ଷ ରଥଙ୍କ ଘରୁ ଚୋରି ଉଦ୍ୟମ ହୋଇଥିଲା। କିନ୍ତୁ ତାହା ସଫଳ ହୋଇପାରିନାହିଁ। ଉକ୍ତ ଅଞ୍ଚଳରେ ଚୋରି ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।