ଖଡ଼ିଆଳ,୧୨।୧୨(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଚୋର ଧରା ପଡୁନାହାନ୍ତି। ବୁଧବାର ମଧ୍ୟ ରାତ୍ରରେ ରୋହିତ ଅଗ୍ରୱାଲଙ୍କ ରୋହିତ ପୂଜା ଦୋକାନରୁ ଅଭିଯୁକ୍ତ ଚାଳିଶ ହଜାର ଟଙ୍କା ଚୋରି କରି ନେଇ ଯାଇଛନ୍ତି। ଗତ କୋଡ଼ିଏ ଦିନ ମଧ୍ୟରେ ଏହା ତୃତୀୟ ଘଟଣା ବୋଲି ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଦୁଇଟି ଦୋକାନରୁ ଚୋରି ହୋଇ ସାରିଛି। ଏନେଇ ଗୁରୁବାର ଖଡ଼ିଆଳ ବ୍ୟବସାୟୀ ସଂଘ ତରଫରୁ ଏସଡିପିଓ ଉପେନ୍ଦ୍ର କୁମାର ପ୍ରଧାନ ଓ ଥାନା ଅଧିକାରୀ ଦିଲୀପ କୁମାର ସାହୁଙ୍କୁ ଭେଟି ଚୋରମାନଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ନ ହେଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦିଆଯାଇଛି। ଏସଡିପିଓ ଓ ଆଇଆଇସିଙ୍କୁ ଭେଟିବା ସମୟରେ ଖଡିଆଳ ବ୍ୟବସାୟୀ ସଂଘ ସଭାପତି ରଶ୍ମି ରଂଜନ ଚଲାନ, ସମ୍ପାଦକ ସମ୍ବିଦ ପଣ୍ଡା, ଅଜିତ ଚନ୍ଦ୍ର ପ୍ରଧାନ,ରଜତ ଅଗ୍ରୱାଲ, ରୋହିତ ଅଗ୍ରୱାଲ, ବିକାଶ ମେହେର, ଈଶ୍ୱର ଅଗ୍ରୱାଲ, ଦିପେଶ ଖମାରୀ, ଶିବ ସିଂଙ୍ଘଲ, ବସନ୍ତ ସାହୁ ,ଆଶିଷ ଅଗ୍ରୱାଲ, ଯୋଗେଶ ଗୋୟଲ, ଉମେଶ ମେହେର,ସିଧୁ ମେହେର, ପ୍ରଭାକର ମେହେର, ଗୋପାଳ ବାବୁ ସମେତ ଶତାଧିକ ବ୍ୟବସାୟୀ ଉପସ୍ଥିତ ଥିଲେ।