ଲାଞ୍ଜିଗଡ଼,୩ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗାଁର ଆରାଧ୍ୟ ଭୈରବ ମନ୍ଦିରରୁ ଚୋରି ହୋଇଥିବା ନେଇ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନାନୁସାରେ ମୁଖ୍ୟ ପୂଜାରୀ ପିତାମ୍ବର ଦଳେଇ, ବାହୁକ ଜଗବନ୍ଧୁ ଧଙ୍ଗଡାମାଝି, ବାହୁକ ରାଜେନ୍ଦ୍ର ଦଳେଇ ପ୍ରତିଦିନ ଭଳି ମନ୍ଦିର ପୂଜା କରିବା ପାଇଁ ଯାଇଥିଲେ। ସେମାନେ ଦେଖିଥିଲେ ମନ୍ଦିର ଦ୍ୱାର ତାଲା ଭଙ୍ଗାଯାଇଥିବାବେଳେ ଭୈରବଙ୍କ ସୁନାର ମଥାମଣି, ରୁପା ମୁକୁଟ, ସାତଟି ପୂଜା ଖଣ୍ଡା ଓ ଗୋଟିଏ ଟାଙ୍ଗୀ ସମେତ ଅନ୍ୟ ସାମଗ୍ରୀ ଚୋରି ହୋଇଯାଇଛି। ଏ ନେଇ ପୂଜାରୀମାନେ ଗାଁର ଗୌନ୍ତିଆ ହରେକୃଷ୍ଣ ଯୋଶୀଙ୍କୁ ଖବର ଦେଇଥିଲେ। ଗୌନ୍ତିଆ ଗାଁ ଲୋକଙ୍କୁ ଡାକି ଏକ ସଭା କରିଥିଲେ। ପରେ ଗ୍ରାମବାସୀ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

Share