କେସିଙ୍ଗା ସ୍ପିନିଂ ମିଲରୁ ଚୋରି: ୫ ଚୋର ସାଙ୍ଗରେ କବାଡିଆ ବି…

କେସିଙ୍ଗା,୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ପିନିଂ ମିଲରୁ ଗୁରୁବାର ମଧ୍ୟାହ୍ନରେ ଅତି ମୂଲ୍ୟବାନ ଜିନିଷପତ୍ର ଚୋରି ହୋଇଥିଲା। ଏ ନେଇ ସ୍ପିନିଂ ମିଲ କର୍ତ୍ତୃପକ୍ଷ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ର୍ଭିତ୍ତିକରି କେସିଙ୍ଗା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ୍‌ ତଦନ୍ତ କରିଥିଲେ। ୪ ଜଣ ଚୋର ଓ ଜିନିଷ କିଣିଥିବା କାବାଡିଆଙ୍କୁ ପୋଲିସ ଗିରଫ କରି ପଚରାଉଚରା ଚଳାଇଛି। ଭବାନୀପାଟଣାରୁ ଏକ ସନ୍ଧାନୀ କୁକୁର ଦ୍ୱାର ଅନୁସନ୍ଧାନ କରାଯାଇ ଚୋରଙ୍କୁ ଗିରଫ କରାଯାଇଛି।ଏହି ଚୋରମାନେ କେସିଙ୍ଗା ସହର ବୋଲି ଜଣାପଡ଼ିଛି।
ଏ ସଂକ୍ରାନ୍ତରେ କେସିଙ୍ଗା ଆଇଆଇସି ପ୍ରଦ୍ୟୁମ ମହାପାତ୍ରଙ୍କୁ ପଚାରିବାରୁ ଆଜି ଆସାମୀମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଥିଲେ।