ଗୋଟିଏ ରାତିରେ ବୁଲାଇଲେ କଳାକନା: ଦୋକାନରେ ପଶି…

ପାଟଣା,୨୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସ୍ବାମ ମୁଣ୍ଡା ସାହି ଛକରେ ଥିବା ଦୋକୋନୁ ଚୋରି ହୋଇଛି। ଜଗନ ମୁଣ୍ଡାଙ୍କ ଗ୍ରୋସରୀ ଦୋକାନ ଓ ସ୍ବାମ ଶାସନ ଗାଁ ମୁଣ୍ଡରେ ଥିବା ସନ୍ତୋଷ କୁମାର କରଙ୍କ ଭେରାଇଟି ଷ୍ଟୋରର ଚାବି ଭାଙ୍ଗି ଦୁର୍ବୃତ୍ତ ରବିବାର ରାତିରେ ସାମଗ୍ରୀ ଚୋରି କରି ନେଇଥିବା ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଜଗନଙ୍କ
ଦୋକାନ ଘର ଭିତରେ ଥିବା ତେଲ, ସାବୁନ, ଡାଲି, ଚିନି, ଚାଉଳ, ଧାନ ଏବଂ ଓଜନ ମେଶିନ, ସହ ଅନ୍ୟ ସାମଗ୍ରୀ ଚୋରି ହୋଇଥିବା ବେଳେ ସନ୍ତୋଷଙ୍କ ଦୋକାନ ଘରୁ ନଗଦ ୫ ହଜାର ଟଙ୍କା ସହ ସାମଗ୍ରୀ ଚୋରି ହୋଇଛି। ଘଟଣାସ୍ଥଳରେ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଳ, ଏସ ଆଇ ଲକ୍ଷ୍ମଣ ମାଝୀ ପହଞ୍ଚି ତଦନ୍ତ ଆରମ୍ଭକରିଛନ୍ତି।

Dharitri – Odisha’s No.1 Odia Daily

Share