ମୋ ବୟଫ୍ରେଣ୍ଡ୍‌ଙ୍କୁ ଡାକ…ଏମିତି କହି ବିଦ୍ୟୁତ ଟାୱାର ଉପରକୁ ଚଢିଗଲେ ଯୁବତୀ, ଆଉ ତା’ପରେ ଘଟିଗଲା

ଜାମସେଦପୁର,୨୮।୮: ଝାଡ଼ଖଣ୍ଡର ଜାମସେଦପୁରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଦେଖାଯାଉଛି ଯେ, ଜଣେ ଯୁବତୀ ନିଜ ଜୀବନର ଚିନ୍ତା ନକରି ଏକ ବିଦ୍ୟୁତ ଟାୱାର ଚଢ଼ିବାକୁ ଆରମ୍ଭ କରିଛି। ଲୋକମାନେ ତାଙ୍କୁ ଡାକୁଥିଲେ, କିନ୍ତୁ ସେ କାହାରି କଥା ଶୁଣି ନଥିଲା। ଟାୱାରରେ ୧୦୦ ଫୁଟ ଉଚ୍ଚତାରେ ପହଞ୍ଚିବା ମାତ୍ରେ ସେ ସେଠାରୁ ଚିତ୍କାର କରିବାକୁ ଲାଗିଲା – ମୋ ବୟଫ୍ରେଣ୍ଡକୁ ଡାକି ଦିଅ, ନଚେତ୍‌ ମୁଁ ଏଠାରୁ ଡେଇଁପଡ଼ିବି। ଏହା ଶୁଣି ତଳେ ଠିଆ ହୋଇଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ତୁରନ୍ତ ପୋଲିସକୁ ଡକାଗଲା।

ପୋଲିସ ମଧ୍ୟ ଯୁବତୀଙ୍କୁ ବୁଝାଇ କହିଲା – ତଳକୁ ଆସ। କିନ୍ତୁ ସେ ଶୁଣିଲେ ନାହିଁ। ସେ ତାଙ୍କ ବୟଫ୍ରେଣ୍ଡଙ୍କୁ ଡାକିବାକୁ ବାରମ୍ବାର ଜିଦ ଧରିଲେ। ଶେଷରେ ପୋଲିସକୁ ଟାଟା କମ୍ପାନୀର ସାହାଯ୍ୟ ନେବାକୁ ପଡିଲା। ତା’ପରେ ଦୁଇ ଘଣ୍ଟା ପରେ ଯୁବତୀଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିଲା।

ଘଟଣାଟି ମାରିନ ଡ୍ରାଇଭ ଅଞ୍ଚଳର। ଏଠାରେ ମଦ୍ୟପ ଯୁବତୀ ଏକ ହାଇ-ଟେନସନ ବିଦ୍ୟୁତ ଟାୱାର ଚଢ଼ିଥିଲେ। ପ୍ରାୟ ୧୦୦ ଫୁଟ ଉଚ୍ଚତାରେ ପହଞ୍ଚିବା ପରେ, ଯୁବତୀ ଟାୱାର ଧରି ଏକ କୋଣରେ ବସିଥିଲେ। ଏହା ପରେ, ଯୁବତୀ ସେହି ବାଟ ଦେଇ ଯାଉଥିବା ଲୋକଙ୍କୁ ତାଙ୍କ ବୟଫ୍ରେଣ୍ଡଙ୍କୁ ଡାକିବାକୁ କହିଥିଲେ। ଏହା ଦେଖି ଲୋକମାନେ ଭୟଭୀତ ହୋଇଗଲେ।

ଲୋକମାନେ ଏ ବିଷୟରେ ପୋଲିସକୁ ସୂଚନା ଦେଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା। ଯୁବତୀଙ୍କୁ ଏକ ହାଇ ଟେନ୍ସନ ବିଦ୍ୟୁତ ଟାୱାରରେ ଚଢ଼ିଥିଲେ ତୁରନ୍ତ ବିୁଦ୍ୟତ କାଟିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ ସାରା ସହରର ବିଦ୍ୟୁତ ବନ୍ଦ ହୋଇଗଲା। ପୋଲିସ ଝିଅଟିକୁ ତଳକୁ ଆସିବାକୁ ବୁଝାଇବାକୁ ଚେଷ୍ଟା କଲା। ବୟଫ୍ରେଣ୍ଡ ଆସିବା ପରେ ମୁଁ ତଳକୁ ଆସିବି। ଯଦି ସେ ନ ଆସେ, ତେବେ ମୁଁ ତଳକୁ ଡେଇଁପଡ଼ିବି ବୋଲି ଜିଦ୍‌ ଧରିଥିଲେ।

ଜଣେ ସ୍ଥାନୀୟ ଯୁବକ ସାହସ ଦେଖାଇ ପୋଲ ଉପରେ ଚଢ଼ି ଯୁବତୀଙ୍କ ସହିତ କଥା ହେବାକୁ ଚେଷ୍ଟା କରିଥିଲେ। ତଥାପି ଯୁବତୀ ତାଙ୍କ ଜିଦ୍‌ରେ ଅଟଳ ଥିଲେ। ଶେଷରେ ପୋଲିସ ଟାଟା ଷ୍ଟିଲ୍‌ର ସାହାଯ୍ୟ ଲୋଡ଼ିଲା ଏବଂ ସେଠାରୁ ଏକ କ୍ରେନ ଡକାଗଲା। ପ୍ରାୟ ଦୁଇ ଘଣ୍ଟାର ହାଇ ଭୋଲଟେଜ ଡ୍ରାମା ପରେ, ଉଦ୍ଧାରକାରୀ ଦଳ ଟାଟା ଷ୍ଟିଲ କମ୍ପାନୀର କ୍ରେନ ସାହାଯ୍ୟରେ ଯୁବତୀଙ୍କୁ ସୁରକ୍ଷିତ ଭାବରେ ତଳକୁ ଅଣାଯାଇଥିଲା।