ପ୍ରେମିକାଙ୍କ ସହ ପାର୍କକୁ ଯାଇଥିଲେ ଯୁବକ, କାଠଗଣ୍ଡି ଭାବି ବସିଲା ବେଳକୁ …

ସ୍କଟ୍‌ଲ୍ୟାଣ୍ଡର ଗ୍ଲାସ୍‌ଗୋରେ ଜଣେ ଯୁବକ ପାର୍କରେ ଏକ କାଠଗଣ୍ଡି ପଡ଼ିଥିବା ଭାବି ତା’ ନିକଟକୁ ଯିବା ପରେ ଏହା ଅଜଗର ବୋଲି ଜାଣି ଭୟରେ ଦୌଡ଼ିଲେ। ଯାହାକୁ ସେ କାଠ ଗଣ୍ଡି ଭାବିଥିଲେ ତାହା ୧୪ ଫୁଟ ଲମ୍ବର ଏକ ଅଜଗର ଥିଲା।

୨୨ ବର୍ଷୀୟ ଜ୍ୟାକ୍‌ କ୍ୟାର୍ସନ, ଓ୍ବେଷ୍ଟ୍‌ ଡନବର୍ଟନଶାୟରର କ୍ଲାଇଡ୍‌ବ୍ୟାଙ୍କରେ ଥିବା ଏକ ପାର୍କକୁ ତାଙ୍କ ପ୍ରେମିକାଙ୍କ ସହ ମର୍ଣ୍ଣିଓ୍ବାକ୍‌ ଯାଇଥିଲେ। ଏହି ସମୟରେ ପାର୍କରେ ଏକ କାଠଗଣ୍ଡି ପଡ଼ିଥିବା ଭାବି ତା’ ନିକଟରେ ବସିବାକୁ ଗଲେ। ମାତ୍ର ପାଖକୁ ଯାଇ ଦେଖନ୍ତି ତ ଏହା ଏକ ବିରାଟକାୟ ଅଜଗର ଥିଲା। ଏହା ଦେଖି ତାଙ୍କ ହୋସ୍‌ ଉଡ଼ିଗଲା। ଏହି ସମୟରେ ପାଖରେ ଥିବା ଜଣେ ବ୍ୟକ୍ତି ଜ୍ୟାକ୍‌ଙ୍କୁ ଉଠାଇଥିଲେ। ଯିଏ କି ସାପର ମାଲିକ ଥିଲେ।