ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଯୁବକଙ୍କୁ ଧକ୍କା ଦେଲା ହାଇୱା: ଘଟଣାସ୍ଥଳରେ…

ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗରୁଡ଼ପଥରରେ ସୋମବାର ଅପରାହ୍ନରେ ଏକ ହାଇୱା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଗରୁଡପଥର ଗ୍ରାମର ଏମ କେ ନାୟକ। ପୋଲିସ ଶମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇଦେଇଛି। ଯୁବକ ଜଣଙ୍କ ଗ୍ରାମ ରାସ୍ତାରେ ଚାଲି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେହିଭଳି ଆଜି ବାଉଁଶ ଲୁଣ୍ଡିରେ ଆଉ ଏକ ଦୁର୍ଘଟଣା ଘଟିଛି। ଏଥିରେ ମଧ୍ୟ ଦୁଇଜଣ ଆହତ ହୋଇଛନ୍ତି।

Dharitri – The Largest & Most Trusted Odia Daily

Share
Tags: odisha