ଖାଲି ହାତରେ ବାଘ ସହ ଲଢୁଥିଲେ ଯୁବକ: ୧୨ରୁ ୧୫ ମିନିଟ୍‌ ପରେ ଘଟିଲା…

ଶିମ୍‌ଲା ,୧୧ା୩:ହିମାଚଳ ପ୍ରଦେଶର ସୋଲାନ ଜିଲାରେ ଜଣେ ଯୁବକ କଲରାପତରିଆ ବାଘ ହାବୁଡ଼ରେ ପଡ଼ିବା ପରେ ଜୀବନରକ୍ଷା ପାଇଁ ଖାଲି ହାତରେ ଲଢ଼େଇ କରିବା ଏହାକୁ ମାରିଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆର୍କିସ୍ଥିତ ଆଇଟିଆଇରେ ପଢ଼ୁଥିବା ପ୍ରଭେଶ ଶର୍ମା ସୋମବାର ସକାଳେ କ୍ଷୀର ଆଣିବାକୁ ବାହାରକୁ ଯାଇଥିଲାବେଳେ ସାର୍ଲି ଗ୍ରାମ ନିକଟରେ ଏକ ବାଘ ହାବୁଡ଼ରେ ପଡ଼ିଥିଲେ। ବାଘଟି ପ୍ରଭେଶଙ୍କୁ ଦେଖିବା ମାତ୍ରେ ତାଙ୍କ ଉପରକୁ ଝାମ୍ପଦେଇ ଆକ୍ରମଣ ଉଦ୍ୟମ କରିଥିଲା। ପ୍ରଭେଶ ସାହସ ଜୁଟାଇ ଖାଲି ହାତରେ ବାଘ ସହ ଲଢ଼ି ଜୀବନରକ୍ଷା କରିବାକୁ ସ୍ଥିର କରିଥିଲେ। ପ୍ରାୟ ୧୨ରୁ ୧୫ ମିନିଟ୍‌ ଲଢ଼େଇ କରିବା ପରେ ସେ ବାଘର ପାଟିକୁ ମାଡ଼ି ବସି ବେକ ଓ ମୁଣ୍ଡକୁ ବାରମ୍ବାର ଆଘାତ କରିବା ପରେ ବାଘଟି ମରିଯାଇଥିଲା। ପ୍ରଭେଶ ସାମାନ୍ୟ ଆହତ ହୋଇଥିଲେ। ଜଙ୍ଗଲ ବିଭାଗୀୟ ଅଧିକାରୀ ଯାଞ୍ଚ କରିବା ସହିତ ପ୍ରଭେଶଙ୍କୁ ୫ ହଜାର ଟଙ୍କାର ସହାୟତା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 

Share