ଗଞ୍ଜାମ,୨୮।୧୦(ବିଦ୍ୟାଧର ସାହୁ ): ଆଉ କିଛି ଘଣ୍ଟା ପରେ ସ୍ଥଳ ଭାଗ ଛୁଇଁବ ସାମୁଦ୍ରିକ ବାତ୍ୟା ମୋନ୍ଥା । ଏହି ସାମୁଦ୍ରିକ ବାତ୍ୟା ମୋନ୍ଥା ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ଲାଗି ରହିଛି ବର୍ଷା । ବେଳକୁ ବେଳ ପବନର ବେଗ ମଧ୍ୟ ବଢୁଥିବା ଜଣାପଡିଛି । ଏହି ବାତ୍ୟାକୁ ମୁକାବିଲା ଲାଗି ବ୍ଲକ, ତହସିଲଦାର ଓ ପୋଲିସ ପ୍ରଶାସନ ସମ୍ପୂଣ୍ଣର୍ର୍ ପ୍ରସ୍ତୁତ ଥିବା କୁହାଯାଇଛି । ମଙ୍ଗଳବାର ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏହି ବ୍ଲକ କୋଷ୍ଟାଲ ଏରିଆ ତଥା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ପାଳିବନ୍ଧ ପଞ୍ଚଯାତ ପୋଡ଼ମପେଟା ଗ୍ରାମକୁ ଯାଇ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ବାତ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ସହ ସେଠାକାର ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ବାତ୍ୟା ପାଇଁ ଅଧର୍ଯ୍ୟ ନ ହୋଇ ସଠିକ ମୁକାବିଲା କରିବାକୁ ବିଧାୟକ ଆହ୍ବାନ ଦେଇଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଅତ୍ୟାବଶ୍ୟକ ଜିନିଷ ଓ ଖାଦ୍ୟ ପଦାର୍ଥ ମହଜୁଦ ରଖିବାକୁ ପ୍ରଶାସନିକ ଅଧିକାରୀଙ୍କୁ ବିଧାୟକ ନାୟକ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଅଧିକ ବର୍ଷା କିମ୍ବା ପବନ ହେଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ କ’ଣ ପଦକ୍ଷେପ ନିଆଯାଇଛି ତାହା ପ୍ରଶାସନ ସହ ବିଧାୟକ ନାୟକ ଆଲୋଚନା କରିଥିଲେ । ବିଧାୟକଙ୍କ ବାତ୍ୟା ସ୍ଥିତି ଅନୁଧ୍ୟାନ ବେଳେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।
\