ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର କରାଯାଉଥିବା ପାଣି ଟ୍ୟାଙ୍କରରୁ ରବିବାର କିଛି ଦୁର୍ବୃତ୍ତ ଚକା ଖୋଲି ନେଇ ଯାଇଥିବା ଜଣାପଡିଛି । ଦିଗପହଣ୍ଡିର ଠିକାଦାର ପ୍ରଦୀପ କୁମାର ପଣ୍ଡା ସବୁଦିନ ଭଳି ରବିବାର ସନ୍ଧ୍ୟାରେ କାମ ଅନୁଧ୍ୟାନ କରି ଘରକୁ ଫେରିଥିଲେ । ସୋମବାର ସକାଳୁ ଶ୍ରମିକମାନେ କାମ କରିବା ପାଇଁଁ ସେଠାକୁ ଯାଇଥିବାବେଳେ ପାଣି ଟ୍ୟାଙ୍କର ପଛର ଦୁଇଟି ଚକ ନ ଥିବା ଦେଖି ତାଙ୍କୁ ଫୋନ ଯୋଗେ ଜଣାଇଥିବା ପ୍ରଦୀପ କହିଛନ୍ତି ।