ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗର ସହଯୋଗ ଲୋଡିଲେ ଭିଏସଏସ କର୍ମକର୍ତ୍ତା, ଦାବି ପତ୍ରରେ କହିଲେ…

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜର କେତେକ ଅଞ୍ଚଳରେ ବନ୍ୟପ୍ରାଣୀ ବିପଦରେ ପଡୁଛନ୍ତି। ବନ୍ୟପ୍ରାଣୀମାନେ ବିଶେଷ କରି ହାତୀ ଜଙ୍ଗଲରୁ ବାହାରି ଲୋକଙ୍କ ବ୍ୟାପକ କ୍ଷତି କରୁଛନ୍ତି। କେତେକ ଅଞ୍ଚଳରେ ଜଙ୍ଗଲ କ୍ଷୟ ହେଉଛି। ତେଣୁ ତାହାର ସୁରକ୍ଷା ଏବଂ ସଚେତନତା ଲକ୍ଷ୍ୟ ନେଇ କେତେକ ବନ ସୁରକ୍ଷା ସମିତି କର୍ମକର୍ତ୍ତା ଆଗକୁ ବାହାରିଛନ୍ତି। ସୋମବାର ୧୫ଟି ବନ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କୁ ଭେଟି ସହଯୋଗ ଲୋଡିଛନ୍ତି। ଦାବି ପତ୍ରରେ ସେମାନେ ଦର୍ଶାଇଛନ୍ତି ଯେ ସେପ୍ଟେମ୍ବର ମାସରେ ବିଭିନ୍ନ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ଆମକୁ ଗାଡି, ପ୍ରଚାରପତ୍ର ପ୍ରମୁଖ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏହାହେଲେ ଆମ ମାନଙ୍କ ମନବଳ ବଢିବା ସହ ଆହୁରି ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣେ କର୍ମକର୍ତ୍ତା ଏଠାରେ ପ୍ରକାଶ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ବନ ସୁରକ୍ଷା ସମିତି କର୍ମକର୍ତ୍ତା ଲୋକନାଥ ଆଚାର୍ଯ୍ୟ, ପି କେ ଗୌଡ, କୃଷ୍ଠ ଚନ୍ଦ୍ର ନାୟକ, ସୂର୍ଯ୍ୟ ନାରାୟଣ ଗୌଡ, କେଳା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।