ଗାଁର ସମସ୍ୟା ହେବ ଦୂର, ଏମିତି ପ୍ରତିଶ୍ରୁତି ଦେଇ ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଲେ…

ଦିଗପହଣ୍ଡି,୧୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ କଳିଙ୍ଗ ଯୁବ ନାଟ୍ୟ ସଂସଦ ପକ୍ଷରୁ ନାଟ୍ୟକାର ସୁଶାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ‘କଟି କଟି ଡବଲ କଟି’ ନାଟକ ମଞ୍ଚସ୍ଥ ହୋଇଯାଇଛି। ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟକକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ନାଟ୍ୟ ସଂସଦର ଆବାହକ ତଥା କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ ଏବଂ ପରିଚାଳକ ଉମାକାନ୍ତ ସାହୁଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଦିଗପହଣ୍ଡି ବ୍ଲକ ସରପଞ୍ଚ ସଂଘ ସଭାପତି ଫନିନ୍ଦ୍ର ଚନ୍ଦ୍ର ଗୋସ୍ବାମୀ , ସରପଞ୍ଚ ରଞ୍ଜନ ସାହୁ, ଲିଙ୍ଗରାଜ ଦୋରା, ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ, ଚିତ୍ରସେନ ଗୌଡ଼, ଏମ୍‌.ସନ୍ତୋଷ , ସନ୍ତୋଷ ଦୋରା, ଜିଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଏମ୍‌. ନିରଞ୍ଜନ ରେଡ୍ଡୀ, ସାମାଜିକ କର୍ମୀ ରଞ୍ଜନ କୁମାର ପାଣିଗ୍ରାହୀ, ଜିଲା ଭାଜପା ଯୁବମୋର୍ଚ୍ଚା ଜିଲା ଉପସଭାପତି ବାପି ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବିଧାୟକ ଉଦ୍‌ବୋଧନ ଦେବା ସହ ବୋରିପଦର ଗ୍ରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୩୫ ଲକ୍ଷ ଟଙ୍କା ଏବଂ ଉଚ୍ଚ ବିଦ୍ୟାଳୟକୁ ୧୦ ଲକ୍ଷ ଟଙ୍କା ରାଜ୍ୟ ସରକାର ଆର୍ଥିକ ଅନୁଦାନ ଯୋଗାଇ ଦେଇଥିବା ବେଳେ ଆନୁସଙ୍ଗିକ ନିର୍ମାଣ କାର୍ଯ୍ୟ ଚାଲିଥିବା କହିଥିଲେ।

Dharitri – Odisha’s No.1 Odia Daily