ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡି ସଭାପତି ତଥା ନିମଖଣ୍ଡି ପେଣ୍ଠ ପଞ୍ଚାୟତର ପୂର୍ବତନ ସରପଞ୍ଚ ଏବଂ ସମିତସଭ୍ୟ ରହିଥିବା ବିଭୂତି ଭୂଷଣ ମହାପାତ୍ରଙ୍କ ଦ୍ବାଦଶାହ ସ୍ମୃତି ସଭା ଶନିବାର ପନାଡ ଗ୍ରାମ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭା ପ୍ରାରମ୍ଭରେ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯିବା ପରେ ବିଭୂତିଙ୍କ ବଡ଼ଭାଇ ବିରଜା ମହାପାତ୍ର, ଇଂ. ରଜନୀକାନ୍ତ ମହାପାତ୍ର, ହୃଷିକେଶ ମହାପାତ୍ର, ତ୍ରିଲୋଚନ ମହାପାତ୍ର, ଦିବାକର ମହାପାତ୍ର, ଝିଅ ଶୁଭାଙ୍ଗି ମହାପାତ୍ର, ପୁତୁରା ଆଶିଷ କୁମାର ମହାପାତ୍ର,ବିସ୍ମୟ ମହାପାତ୍ର, ପ୍ରଥମେ ଫୋଟ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ ବିପ୍ଲବ ପାତ୍ର, ଯୋଗୀ ଦେବଦତ୍ତ ମହାରାଜ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ସରପଞ୍ଚ ରଞ୍ଜନ କୁମାର ସାହୁ,ସରପଞ୍ଚ ସଂଘ ବ୍ଲକ ସଭାପତି ଫନେନ୍ଦ୍ର ଚନ୍ଦ୍ର ଗୋସୱାମୀ, ଏମ.ପି ପ୍ରତିନିଧି ହରିବନ୍ଧୁ ରେଡ୍ଡୀ, ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ, ପୂର୍ବତନ ଏନଏସି ଅଧ୍ୟକ୍ଷ ଭି.ରବି ନାରାୟଣ ରାଜୁ, ଉଦୟନାଥ ସ୍ବାଇଁ, ସରକାରୀ ଓକିଲ ନକୁଳ ପ୍ରଧାନ,ସିମାଞ୍ଚଳ ଗୈାଡ, ବାବୁଲା ପାତ୍ର, ଡମ୍ବରୁ ସେଠୀ, ସାମାଜିକ କର୍ମୀ ଏମ.ନିରଞ୍ଜନ ରେଡ୍ଡୀ,ମନୋଜ ସାହୁ, ପୂର୍ବତନ ସରପଞ୍ଚ ଶିବରାମ ପ୍ରଧାନ, ଭଗବାନ ବାଡତ୍ୟା, ରାଜେନ୍ଦ୍ର ପ୍ରସାଦ ପାଠୀ, ଦିଲ୍ଲୀପ ହୋତା, ରବିଚନ୍ଦ୍ର ଗୈାଡ, ପୀତାମ୍ବର ଗୈାଡ,ଚିତ୍ରସେନ ଗୌଡ଼, ପ୍ରମୋଦ ପାଣିଗ୍ରାହୀ,ଏମ.ସନ୍ତୋଷ, ଶୁଭେନ୍ଦୁ ପାଢ଼ୀ, ମନୋଜ କୁମାର ପଟ୍ଟନାୟକ, ସନ୍ତୋଷ କୁମାର ପାତ୍ର, ଲକ୍ଷ୍ମୀ ନାରାୟଣ ପୂଜାରୀ ପ୍ରମୁଖ ବିଭୂତିଙ୍କ ବହୁମୁଖୀ ପ୍ରତିଭା, ପଞ୍ଚାୟତ ବିକାଶରେ ତାଙ୍କ ଅବିସ୍ମରଣୀୟ ଅବଦାନ ଏବଂ ସାଙ୍ଗଠନିକ ଦକ୍ଷତା ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ।