ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ଅନନ୍ୟତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଏହି କାରଣରୁ ଦେଶ ଏବଂ ବିଶ୍ୱର ସବୁଠି ଚର୍ଚ୍ଚା। ଆଜି ଏମିତି ଏକ ଅନନ୍ୟ ଗାଁ ବିଷୟରେ କହିବୁ, ଯେଉଁଠାରେ ଅଧିକାଂଶ ଲୋକ କେବଳ ଗୋଟିଏ କିଡ୍ନୀ ନେଇ ବଞ୍ଚିଥାନ୍ତି। ଏହି ଗାଁକୁ କିଡ୍ନୀ ଭ୍ୟାଲି କୁହାଯାଏ। ଅନେକ ଲୋକ ଏହାକୁ ‘କିଡ୍ନୀ ଗାଁ’ ଭାବରେ ମଧ୍ୟ ଜାଣନ୍ତି। ମାତ୍ର ଗାଁର ପ୍ରକୃତ ନାମ ହୋକସେ। ଏହା ନେପାଳରେ ଅବସ୍ଥିତ। ଏହି ଅନନ୍ୟତା ପାଇଁ ଏହି ଗାଁ ଦେଶ ତଥା ବିଶ୍ୱରେ ବହୁତ ପ୍ରସିଦ୍ଧ।
ଏଠାରେ ପ୍ରାୟ ସମସ୍ତେ କେବଳ ଗୋଟିଏ କିଡ୍ନୀ ନେଇ ବଞ୍ଚିଥାନ୍ତି। ଏହା ପ୍ରାୟତଃ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ଆପଣମାନଙ୍କ ମଧ୍ୟରୁ ଅନେକ ଭାବିଥିବେ ଯେ, ଗାଁର ସମସ୍ତଙ୍କର କେବଳ ଗୋଟିଏ କିଡ୍ନୀ କାହିଁକି ଅଛି। ଜାଣନ୍ତୁ ଏ ବିଷୟରେ ଅଧିକ କିଛି…
କିଡ୍ନୀ ଭ୍ୟାଲି ଭାବରେ ଜଣାଶୁଣା ହୋକସେ ଗାଁରେ ଦାରିଦ୍ର୍ୟ ବହୁଳ। ଏହା ଏକ ପ୍ରମୁଖ କାରଣ ଯାହା ପାଇଁ ଏଠାକାର ଲୋକମାନେ ଜୀବିକା ନିର୍ବାହ ପାଇଁ ସେମାନଙ୍କର ଗୋଟିଏ କିଡ୍ନୀ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି।
ନିଜକୁ ପେଟ ପୋଷିବା ପାଇଁ ଏଠାକାର ଲୋକମାନେ ପ୍ରାୟତଃ ମାତ୍ର ୨୦୦୦ ଟଙ୍କାରେ ସେମାନଙ୍କର ଗୋଟିଏ କିଡ୍ନୀ ବିକ୍ରି କରନ୍ତି। ଅନେକ କୁହନ୍ତି, ଏହି ଗାଁରେ ମାନବ ଅଙ୍ଗ ଚାଲାଣ ବ୍ୟାପକ ଭାବରେ ଚାଲିଛି। ଅଙ୍ଗ ଚାଲାଣକାରୀମାନେ ପ୍ରାୟତଃ ନିରୀହ ଲୋକଙ୍କୁ ଠକି ସେମାନଙ୍କର କିଡ୍ନୀ ବାହାର କରିଦିଅନ୍ତି।
ଅନେକ କୁହନ୍ତି, ଅଙ୍ଗ ଚାଲାଣକାରୀମାନେ ଗ୍ରାମବାସୀଙ୍କୁ ପ୍ରଲୋଭିତ କରି କିଡ୍ନୀ ବାହାର କରିବା ପରେ ସେହି ସ୍ଥାନରେ ଏକ ନୂଆ କିଡ୍ନୀ ବଢ଼ିବ ବୋଲି ପ୍ରତିଶ୍ରୁତି ଦିଅନ୍ତି। ନିରୀହ ଗ୍ରାମବାସୀ ସେମାନଙ୍କ କଥାରେ ପଡ଼ିଯାଆନ୍ତି ଏବଂ କିଛି ଟଙ୍କାର ପ୍ରଲୋଭନରେ ପଡ଼ି ସେମାନଙ୍କର ମୂଲ୍ୟବାନ ଅଙ୍ଗ ଚାଲାଣକାରୀଙ୍କୁ ଦେଇଦିଅନ୍ତି।