ଡ୍ରାଇଭରଙ୍କ ଉପରେ ଓଲଟି ପଡ଼ିଲା ହାଇଓ୍ବା, ଚାପି ହୋଇଗଲେ

ପାଟଣା,୧୭ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ନୂଆଗାଁରେ ବୁଧବାର ରାତିରେ ଏକ ହାଇଓ୍ବା ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ଜଣକ ହେଉଛନ୍ତି ପଣ୍ଡାପଡ଼ା ଥାନା ଉକୁଚାବେଡ଼ା ଗ୍ରାମର ଗିରିଧାରୀ ମହାନ୍ତ(୪୮)।

ସୂଚନା ଯେ, ମଙ୍ଗଳପୁର-ଭୀମକୁଣ୍ଡ ରାସ୍ତାର କାମ ପାଇଁ ଡବ୍ଲ୍ୟୁଏଏମ୍‌ ଆଣି ଖାଲି କରୁଥିବା ସମୟରେ ହାଇଓ୍ବା ଓଲଟି ପଡ଼ି ଡ୍ରାଇଭର ଗାଡ଼ି ତଳେ ଚାପି ହୋଇଯିବା ଫଳରେ ଏହି ଅଘଟଣ ଘଟିଥିଲା। ସାଥୀ ଡ୍ରାଇଭର ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।