କଇଁଛ ଖେଳୁଛି ଫୁଟବଲ୍‌, ଭିଡିଓ ଦେଖିଲେ କହିବେ ବାଃ ବାଃ

କଇଁଛ ଖେଳୁଛି ଫୁଟବଲ୍‌, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ କଇଁଛ ଫୁଟବଲ ଖେଳୁଥିବା ଦେଖିବାକୁ ମିଳିଥିଲା। କଇଁଛ ଫୁଟବଲକୁ ପାଟିରେ ମାରିବାକୁ ଚେଷ୍ଟା କରେ ଏବଂ ଆଗକୁ ବଢେ।
ଇଣ୍ଟରନେଟରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଫୁଟବଲ ଦେଖିବା ପରେ ଖେଳିବାକୁ ଚେଷ୍ଟା କରୁଥିବା ଏକ ଛୋଟ କଇଁଛ । ଫୁଟବଲ ଖେଳିବା ପାଇଁ ଆମେ ପାଦ ବ୍ୟବହାର କରୁ, କିନ୍ତୁ ଏହି କଇଁଛଟି ପାଟି ବ୍ୟବହାର କରୁଛି । ଯଦିଓ କଇଁଛର ଗତି ଧୀର, ତଥାପି ଏହା ନିଜ ଉଦ୍ୟମରେ ପଛକୁ ଯାଏ ନାହିଁ। କଇଁଛ ବାରମ୍ବାର ଫୁଟବଲକୁ ପାଟିରେ କିକ୍‌ କରି ଆଗକୁ ବଢୁଛି। କିଛି ସେକେଣ୍ଡର ଏହି ଭିଡିଓ ବହୁତ ସୁନ୍ଦର ଦେଖାଯାଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ମାତ୍ରେ ଏହା ଭାଇରାଲ ହୋଇଗଲା। ଏହି ଭିଡିଓ ମେମ ୱାଲା ନ୍ୟୁଜ ନାମକ ଏକ ଆକାଉଣ୍ଟ ଦ୍ୱାରା ଇନଷ୍ଟାଗ୍ରାମରେ ଅପଲୋଡ କରାଯାଇଛି।