ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
ପୂର୍ବରୁ ଏକ ବାଘ କାର ସାମ୍ନାକୁ ଚାଲି ଆସି କାର୍ ବନେଟ୍ରେ ଫସି ଯାଇଥିଲା। ପରେ ଉକ୍ତ ବାଘଟି ବାହାରିବାକୁ ଚେଷ୍ଟା କରୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ପରେ ଅନେକ ଜାଣିବାକୁ ଚେଷ୍ଟା କରିଥିଲେ ବାଘଟି ସେଥିରୁ ବାହାରିଲା କି ନାହିଁ। ତେବେ ଏହି ଭିଡିଓରେ ଦେଖିବାକୁ ମିଳୁଛି ବ୍ୟକ୍ତି ଜଣଙ୍କ କାର୍କୁ ପଛକୁ କରିବାରୁ ବାଘ ଚାଲି ଯାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।