ଖଡ଼ିଆଳ,୨୦ା୨ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ମଝିଆଗୁଡି ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ନବନିର୍ମିତ ଧବଳେଶ୍ୱର ମନ୍ଦିର, ଦୁର୍ଗେଶର ମନ୍ଦିର ଓ ସଙ୍କଟ ମୋଚନ ହନୁମାନ ମନ୍ଦିର ପ୍ରତିଷ୍ଠା ସହିତ ଠାକୁରମାନଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ନାମଯଜ୍ଞ ସହ କଳସ ଯାତ୍ରା, ଠାକୁରମାନଙ୍କ ନଗର ପରିକ୍ରମା, ଅଧିବାସ, କୁମ୍ଭ ଭରଣ, ମହାପ୍ରଭୁଙ୍କ ମନ୍ଦିର ପ୍ରବେଶ, ସିଂହାସନ ବିଜେ ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ମୁଖ୍ୟ ମନ୍ଦିର ପରିଚାଳକ ମିଳିନ୍ଦ ଖମାରୀ, ସଭାପତି ସନ୍ତୋଷ ବାରିକ, ଉପସଭାପତି ମାଧବ ମୁଣ୍ଡ, ସମ୍ପାଦକ ଲଳିତେନ୍ଦୁ ସାହୁ, ସହ ସମ୍ପାଦକ ରତନଲାଲ ସୋନି, କୋଷାଧ୍ୟକ୍ଷ ହୃଷୀକେଶ ସାହୁ ଓ ନରେଶ ବାରିକ, କମିଟିର ମୁଖ୍ୟ ସହଯୋଗୀ ଚିତ୍ତବିନୋଦ ମିଶ୍ର, ବିଜୟ ହୋତା ପ୍ରମୁଖ ସହଯୋଗ କରିଥିଲେ।