ଗୁଣପୁର, ୨୬।୨(ସଂକେତ ପାତ୍ର):ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି। ତାପମାତ୍ରା ବୃଦ୍ଧି ଯୋଗୁ ରାୟଗଡ଼ା ଜିଲା ଗୁଣପୁରରେ ଏବେ ତରଭୁଜର ଚାହିଦା ମଧ୍ୟ ବଢି ଚାଲିଥିବା ଦେଖିବାକୁ ମିଳିଛି। ଗୁଣପୁର ସହରର ରାସ୍ତାକଡ଼ରେ ତରଭୁଜ ବେପାର ବେଶ୍ ଜମୁଛି। ତରଭୁଜରେ ୯୨% ଜଳୀୟ ଅଂଶ ଥିବାରୁ ଖରା ସମୟରେ ରାସ୍ତାରେ ଯାଉଥିବା ଲୋକେ କିଛି ସମୟ ପାଇଁ ଦୋକାନ ନିକଟରେ ଅଟକି ତରଭୁଜ ଖାଉଥିବା ଦେଖିବାକୁ ମିଳୁଛି। ଏଭଳି ଋତୁକାଳୀନ ବେପାରରେ ବହୁ ବେରୋଜଗାରୀ କିଛି ପଇସା ରୋଜଗାର କରିବା ପାଇଁ ଏହି ବେପାର ଆପଣେଇବା ଦେଖିବାକୁ ମିଳିଛି। କାଶୀନଗର, ପୁଟ୍ଟାସିଂ, ପାରଳାଖେମୁଣ୍ଡି, ଆନ୍ଧ୍ରପ୍ରଦେଶର ବହୁ ଜାଗାରୁ ଗୁଣପୁରକୁ ତରଭୁଜ ଆଣି ବିକ୍ରି କରୁଥିବା ବେପାରୀ ରାମରାଜୁ କହିଛନ୍ତି। ଏହା ଏକ ଲାଭଜନକ ବେପାର ବୋଲି ସେ କହିଛନ୍ତି।