ଦିଗପହଣ୍ଡି,୨୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଗୁରୁବାର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର’ ଉଦ୍ଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଆଇନଜୀବୀ ହରପ୍ରସାଦ ରଥ, ସମ୍ମାନିତ ଅତିଥି ଭାବେ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜେନାମଣି ସାହୁ, ଆଇନଜୀବୀ ମଞ୍ଜୁଳା ଲେଙ୍କା, କାର୍ଯ୍ୟକ୍ରମ ସଂଯୋଜିକା ରଶ୍ମିତା କୁମାରୀ ମେକାପ କଲେଜ ଆଇକ୍ୟୁଏସି ସଂଯୋଜକ ଅଧ୍ୟାପକ କାହ୍ନୁ ପାଢ଼ୀ, ଭାରତ ସ୍କାଉଟ ଏବଂ ଗାଇଡ୍ ପ୍ରଶିକ୍ଷିକା ଅଧ୍ୟାପିକା କୁମାରୀ ପ୍ରିୟଦର୍ଶିନୀ ପ୍ରଧାନ, ଯୁବ ରେଡକ୍ରସ୍ ଉପଦେଷ୍ଟା ଅଧ୍ୟାପକ ରଞ୍ଜନ ଗୌଡ଼, ଶକ୍ତିଶ୍ରୀ କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ସସ୍ମିତା କୁମାରୀ ପ୍ରଧାନ, ଗୁରୁବାରୀ ବେହେରା, ଅଧ୍ୟାପକ ଟୁନା ବେହେରା ଏବଂ ଆତ୍ମ ସୁରକ୍ଷା ତାଲିମ ପ୍ରଶିକ୍ଷିକା ରାକ୍ଷୀ କୁମାରୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଶିବିରର ପ୍ରଶିକ୍ଷଣ ନେଇଥିବା ସମସ୍ତ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ କଲେଜର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଏବଂ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।