ଟଳିଲା ବାତ୍ୟା ଭୟ, ବଢିଲା ଋଷିକୂଲ୍ୟା ନଦୀ ଜଳସ୍ତର, ଭୟରେ ଲୋକେ!

ଗଞ୍ଜାମ,୨୯।୧୦(ବିଦ୍ୟାଧର ସାହୁ ): ବର୍ତ୍ତମାନ ଟଳିଛି ବାତ୍ୟା ଭୟ । ବାତ୍ୟା ମୋନ୍ଥା ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ବର୍ଷା ଲାଗି ରହିଛି । ଏଥିସହ ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ଘୋଡାହଡ଼ା ଡ୍ୟାମ ପାଣି ଛଡା ଯିବା ପରେ ଋଷିକୂଲ୍ୟା ନଦୀ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି l ବୁଧବାର ବିଡିଓ ଅଚ୍ୟୁତାନନ୍ଦ ନନ୍ଦ ଯାନୀ ଋଷିକୂଲ୍ୟା ନଦୀ କୂଳ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ କୋଷ୍ଟାଲ ଏରିଆ ତଥା ସମୁଦ୍ର ଉପକୁଳ ନିକଟବର୍ତ୍ତୀ ଅଞ୍ଚଳ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି। ବ୍ଲକ ଅଞ୍ଚଳରେ ବିଶେଷ କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।

 

Dharitri – The Largest & Most Trusted Odia Daily

\