Kolkata: West Bengal CM Mamata Banerjee during a press conference, at Nabanna Sabhaghar, in Kolkata, Wednesday, July 8, 2020. (PTI Photo)(PTI08-07-2020_000182B)
କୋଲକାତା,୮।୭: କରୋନା ସଂକ୍ରମଣ ବଢ଼ୁଥିବା ମାମଲାକୁ ଦେଖି ରାଜ୍ୟର କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ ଆହୁରି ୭ଦିନ ଯାଏ ଲକ୍ଡାଉନ ଅବଧିକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ଗୁରୁବାର ସନ୍ଧ୍ୟାା ୫ଟାରୁ ଏହି ଲକ୍ଡାଉନ ଆରମ୍ଭ ହେବ। ଏହି ଲକ୍ଡାଉନ ୭ ଦିନ ଯାଏ ଜାରି ରହିବ। ତେବେ ଆବଶ୍ୟକସ୍ଥଳେ ଏହି ଅବଧିକୁ ଆହୁରି ବୃଦ୍ଧି କରାଯାଇପାରେ। ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ୨୫ ଜଣ କରୋନାରେ ପ୍ରାଣ ହରାଇବା ପରେ ପଶ୍ଚିମବଙ୍ଗ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୦୭ରେ ପହଞ୍ଚିଛି। ତେବେ ଆଗାମୀ ଦିନରେ କଣ୍ଟେନମେଣ୍ଟ ଜୋନ୍ର ସ୍ଥିତି ସମୀକ୍ଷା କରାଯାଇ ଏହି ଲକ୍ଡାଉନ ଅବଧିକୁ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ ବୋଲି ମମତା କହିଛନ୍ତି। ସୂଚନା ମୁତାବକ ରାଜ୍ୟରେ ଏଯାଏ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩,୮୩୭ରେ ପହଞ୍ଚିଛି। ସେଥିମଧ୍ୟରୁ ୭,୨୪୩ ଜଣ ଚିକିତ୍ସିତ ହେଉଥିବା ବେଳେ ୧୫,୭୯୦ ସୁସ୍ଥ ହୋଇଛନ୍ତି।