ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ଭଞ୍ଜନଗର ବିଧାୟକ: ଡିସେମ୍ବରରେ ହେବ…

ଭଞ୍ଜନଗର,୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ହେବ କୁର୍ମୀ କ୍ଷତ୍ରିୟ ସଂସ୍ଥାର ପ୍ରଦେଶ ମହାସଭା । ଏଥିପାଇଁ ଡିସେମ୍ବର ମାସ ଶେଷ ସପ୍ତାହକୁ ଚୟନ କରାଯାଇଛି । ମହାସଭାରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ସେମାନଙ୍କ ରହଣୀ, ରୋଷେଇଶାଳା, ଯାନବାହାନ ପାର୍କିଂ ସ୍ଥଳ, ସଭାସ୍ଥଳ, ଗମନାଗମନ ସୁବିଧା କିଭଳି ରହିବ ତାହାର ଆଜି ସମୀକ୍ଷା କରାଯାଇଥିଲା । ତେଣୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ତିଳିସିଙ୍ଗି ଯାଇ ଭିତ୍ତିଭୂମି ଦେଖିବା ସହ ସେଠାରେ ସଭା କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କର୍ମକର୍ତ୍ତା ଏହି ସମୟରେ ଉପସ୍ଥିତ ରହି ବିଭିନ୍ନ ପରାମର୍ଶ ଦେଇଥିଲେ। ଏହି ସମୟରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସମେତ ରାଷ୍ଟ୍ରୀୟ ପ୍ରଚାର ପ୍ରସାର ମହାମନ୍ତ୍ରୀ ପଠାଣି ଭଞ୍ଜ, ରାଷ୍ଟ୍ରୀୟ ସଦସ୍ୟ ଗଙ୍ଗାଧର ନାୟକ, ରାଷ୍ଟ୍ରୀୟ ସଚିବ ନେତାଜୀ ବିଷୋୟୀ, ପ୍ରଦେଶ ସମ୍ପାଦକ ବିଶ୍ୱନାଥ ରାଉତ, ଜିଲୁଣ୍ଡି ଅଂଚଳ ସମ୍ପାଦକ ବୈଦ୍ୟନାଥ ପ୍ରଧାନ, ପୀତବାସ ପ୍ରଧାନ,ବିଜୟ କୁମାର ବିଶ୍ୱାଳ, ଅକ୍ଷୟ କୁମାର ଦଳବେହେରା, କୃଷ୍ଣ ଚନ୍ଦ୍ର ନାୟକ, ସୂର୍ଯ୍ୟ ନାରାୟଣ ନାୟକ, ବିଜୟ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।