flame isolated over black background
ଖଡ଼ିଆଳ,୧୦।୩(ଡି.ଏନ.ଏ.): ନୂଆପଡା ଜିଲା ଖଡିଆଳ ଥାନା ତୁକୁଲା ଗାଁର କିରାନା ଦୋକାନରେ ହଠାତ ନିଅଁା ଲାଗି ପୋଡ଼ିଯାଇଛି। ଗୁରୁବାର ରାତିରେ ତୁକୁଲା ଗାଁର ବଲ୍ଲଭ ମେହେର କିରାନା ଦୋକାନ ପ୍ରତିଦିନ ଭଳି ବନ୍ଦ କରି ମାଲପଡା ଘରକୁ ଚାଲିଯାଇଥିଲେ। ରାତିରେ ଦୋକାନରେ ସଟସର୍କିଟ ହୋଇ ପ୍ରଥମେ ଭିତରେ ଥିବା ଲୁନା ଗାଡି ପୋଡି ଯାଇଥିଲା। ଏହାପରେ ତଳ ଓ ଉପର ମହଲାରେ ଥିବା ସାମଗ୍ରୀ ପୋଡି ଯାଇଛି। ଖବର ପାଇ ଖଡ଼ିଆଳ, କୋମନା ଓ ପଡୋଶୀ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡାରୁ ଦମକଳ ବାହିନୀ ପହଞ୍ଚତ୍ ନିଆକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ଦୋକାନ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି। ଉଦ୍ଧାର କାର୍ଯ୍ୟରେ ଓଆଇସି ଚିନ୍ତାମଣି ଜଟି, ହାବିଲଦାର ରାଜେଶ ସେଠି, ଆଗ୍ନିକ ଚୂଡ଼ାମଣି ସାହୁ, ମୁକେଶ କୁମାର ସାଆନ୍ତ, ସଞ୍ଜୀବ ମହାନ୍ତି, ସୁରେନ୍ଦ୍ର କୁମାର ଭୋଇ, ମନୋଜ କୁମାର ଭୋଇ ପ୍ରମୁଖ ସାମିଲ ଥିଲେ।