Categories: ବାଣିଜ୍ୟ

ସେନ୍‌ସେକ୍ସ ୪୬୦ ପଏଣ୍ଟ ବଢ଼ିଲା

ନୂଆଦିଲ୍ଲୀ:  ବୁଧବାର ଭାରତୀୟ ଶେୟାର ବଜାରରେ କାରବାର ଉନ୍ନତ ରହିଛି। ରିଜର୍ଭ ବ୍ୟାଙ୍କ ନିଜର ନିଷ୍ପତ୍ତି ଘୋଷଣା କରିବା ପରେ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୪୬୦ ପଏଣ୍ଟ (୦.୯୪%) ବଢିବା ଫଳରେ ଏହା ୪୯,୬୬୨ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୧୩୬ ପଏଣ୍ଟ ଉର୍ଦ୍ଧ୍ୱରେ ରହି ୧୪,୮୧୯ ପଏଣ୍ଟ ସ୍ତରରେ ପଏଣ୍ଟ ସ୍ତର ଛୁଇଁଛି।

Share