Formula One F1 - Brazilian Grand Prix - Autodromo Jose Carlos Pace, Interlagos, Sao Paulo, Brazil - November 17, 2019 Race winner Red Bull's Max Verstappen celebrates on the podium with the trophy REUTERS/Amanda Perobelli
ସ୍ପିଲବର୍ଗ, ୨୮ା୬: ରେଡ୍ବୁଲ୍ର ମାକ୍ସ ଭର୍ଷ୍ଟାପେନ୍ ଷ୍ଟାଇରିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍ ଜିତିଛନ୍ତି। ଏଥିସହିତ ସେ ଚାମ୍ପିୟନଶିପ ଷ୍ଟାଣ୍ଡିଂରେ ତାଙ୍କ ଅଗ୍ରଣୀ ବ୍ୟବଧାନ ୧୮କୁ ବୃଦ୍ଧି କରିପାରିଛନ୍ତି। ଭର୍ଷ୍ଟାପେନ୍ଙ୍କର ଏହା କ୍ରମାଗତ ଦ୍ୱିତୀୟ ଏବଂ ରେଡ୍ବୁଲ୍ର କ୍ରମାଗତ ଚତୁର୍ଥ ବିଜୟ। ମର୍ସିଡିଜ୍ର ଦୁଇ ଡ୍ରାଇଭର ଲୁଇସ୍ ହାମିଲଟନ ଓ ଭାଲ୍ଟେରୀ ବୋଟାସ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହିଥିବା ଅନ୍ୟ ଡ୍ରାଇଭରମାନେ ହେଲେ ସର୍ଗିଓ ପେରେଜ (ରେଡ୍ବୁଲ୍), ଲାଣ୍ଡୋ ନୋରିସ (ମ୍ୟାକ ଲରେନ), କାର୍ଲୋସ ସେଞ୍ଜ୍ ଜୁନିୟର (ଫେରାରି), ଚାଲର୍ସ ଲେକ୍ରେକ୍ (ଫେରାରି), ଲାନ୍ସ ଷ୍ଟ୍ରୋଲ୍ (ଆଷ୍ଟନ ମାର୍ଟିନ), ଫର୍ନାଣ୍ଡୋ ଆଲେଁାସୋ (ଅଲ୍ପାଇନ୍) ଓ ୟୁକି ଟିସୁନୋଡା(ଆଲ୍ଫା ତାଉରି)।