ଦାରିଙ୍ଗବାଡି, ୨୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମଣିପୁର ଅଞ୍ଚଳରେ ବିଳମ୍ବିତ ରାତିରେ ହଠାତ ବର୍ଷା ଓ ପବନ ଯୋଗୁ ଏକାଧିକ ଲୋକଙ୍କ ଘରର ଛପର ଉଡିବା ସହ ଆଜବେଷ୍ଟସ ଉଡି ଭାଙ୍ଗି ନଷ୍ଟ ହୋଇଛି। ସୂଚନା ଯେ ପ୍ରତିଦିନ ଭଳି ଲୋକମାନେ ରାତିରେ ଖାଇ ପିଇ ଶୋଇପଡ଼ିଥିଲେ। ହଠାତ ବିଳମ୍ବିତ ରାତିରେ କେହି କିଛି ବୁଝିବା ଆଗରୁ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ହୋଇଥିଲା। ଫଳରେ ଉକ୍ତ ଗ୍ରାମର ମାଙ୍ଗେରା ପ୍ରଧାନ , ରୁପେନ୍ଦ୍ର ପ୍ରଧାନ , ସୁକିରାମ ପ୍ରଧାନ , ପପୁ ପ୍ରଧାନ , ଦିବ୍ୟାଙ୍ଗ ବ୍ୟକ୍ତି ରାଧାନାଥ ପ୍ରଧାନଙ୍କ ଘରର ଛପର ଉଡିବା ସହ ବର୍ଷା କାରଣରୁ ଘରର ଅନେକଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ସେମାନେ ଏବେ ବେସାହାରା ହୋଇ ରହିଛନ୍ତତ।ସୂଚନାଯୋଗ୍ୟ ଯେ ମଣିପୁର ଗ୍ରାମଟି କନ୍ଧମାଳ ଓ ଗଞ୍ଜାମ ସୀମାବର୍ତ୍ତୀ ଅଞ୍ଚଳରେ ରହିଛି । ଖବର ଲେଖିବା ସୁଦ୍ଧା ପ୍ରଶାସନ ସେଠାରେ ପହଞ୍ଚି ନ ଥିବା ଜଣାପଡିଛି।