ପୁରୁଷୋତ୍ତମପୁର,୮ା୬(ସୀମାଞ୍ଚଳ ମିଶ୍ର): ଆଜି ଅର୍ଥାତ୍ ରବିବାର ଶେଷ ହେଉଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର କିମ୍ବଦନ୍ତୀ ପୂର୍ଣ୍ଣ ଐତିହାସିକ ଠାକୁରାଣୀ ଯାତ୍ରା। ଏହି ଅବସରରେ ରବିବାର ଛୁଟିଦିନ ଥିବାରୁ ସମଗ୍ର ସହର ଲୋକାରଣ୍ୟ ହୋଇ ପଡ଼ିଥିବା ବେଳେ ନାଚଗିତରେ ସହର ପ୍ରକମ୍ପିତ ହେବାରେ ଲାଗିଛି। ନରସିଂହ ଦାଶ ହାଇସ୍କୁଲ ପରିସରରେ ଆୟୋଜିତ ଯଜ୍ଞସ୍ଥଳକୁ ପଞ୍ଚ ଠାକୁରାଣୀ ବିରାଟ ଶୋଭାଯାତ୍ରାରେ ଆଣି ପୂଜାର୍ଚ୍ଚନା କରାଯାଇଥିଲ। ଏଥିରେ ପୁରୁଷୋତ୍ତମପୁର ଏସ୍ଡିପିଓ ଡଃ ଦୀପକ କୁମାର ମିଶ୍ର, ତହସିଲଦାର ବିନୋଦ କୁମାର ବେହେରା, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ନଗରପାଳ କୃଷ୍ଣଚନ୍ଦ୍ର ପଣ୍ଡା, ସୀତାରାମ ପାଣିଗ୍ରାହୀ, ଜୟନାରାୟଣ ଦାଶ, ପୂର୍ବତନ ନଗରପାଳ ବାସୁଦେବ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପ୍ରମୁଖ ସମସ୍ତ ସାହି ବସ୍ତିରେ ବିଭିନ୍ନ ପ୍ରକାରର ନାଟକ ପରିବେଷଣ ହେବାରେ ଲାଗିଛି। ସମଗ୍ର ସହର ଲୋକାରଣ୍ୟ ହୋଇପଡ଼ିଛି। ସନ୍ଧ୍ୟାରେ ମା’ ଅସ୍ଥାୟୀ ମଣ୍ଡପରୁ ଉଠି ହାଇସ୍କୁଲ ପଡ଼ିଆରେ ବାଣଯାତ୍ରାକୁ ଆସିବା ସହ ସମଗ୍ର ସହର ପରିକ୍ରମା କରିବା ପରେ ବିଳମ୍ବିତ ରାତ୍ରରେ ନିଜନିଜର ମନ୍ଦିରକୁ ଫେରିଯିବେ।