ଦେଶର ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ, ୩୦।୪: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଶନିବାର ଅନୁଷ୍ଠିତ ହେଇଥିବା ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେଇଛନ୍ତି। ଦେଶର ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ସେ କହିଛନ୍ତି, ନ୍ୟାୟ ସୁଲଭ ଏବଂ ସମସ୍ତଙ୍କ ପାଇଁ ହେବା ଆବଶ୍ୟକ। ନ୍ୟାୟ ପ୍ରକ୍ରିୟାରେ ବିଳମ୍ବ ନ ହେବ ସେଥିପ୍ରତି ଧ୍ୟାନ ହେବା ଉଚିତ୍‌। ଆହୁରି ମଧ୍ୟ କହିଛନ୍ତି ଯେ, ନ୍ୟାୟପାଳିକାରେ ବି ବୈଷୟିକ ଜ୍ଞାନକୈଶଳକୁ ଗୁରୁତ୍ୱ ଦିଆଯାଉଛି। କୋର୍ଟରେ ଖାଲି ଥିବା ପଦବୀ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି। ସେହିପରି ସ୍ଥାନୀୟ ଭାଷାକୁ ମଧ୍ୟ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।