ରାସ୍ତାକଡ଼ ଦୋକାନୀଙ୍କଠାରୁ ଜରିମାନା କଟିଲା ପୋଲିସ

ଭଦ୍ରକ,୨୨।୨(ସନାତନ ରାଉତ): ଭଦ୍ରକ ସହର ମୁଖ୍ୟ ରାସ୍ତାପାର୍ଶ୍ୱରୁ ଉଠା ଦୋକାନୀମାନଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବା ପରେ ଏବେ ପୁଣି ରାସ୍ତା ପାର୍ଶ୍ୱ କବ୍ଜା କରିଥିଲେ ଉଠା ଦୋକାନୀ ଓ ଟ୍ରଲି ବ୍ୟବସାୟୀ l ଶନିବାର ସକାଳୁ ଟାଉନ ପୋଲିସ ପୌରପାଳିକା ପକ୍ଷରୁ ମିଳିତ ଭାବେ ଚଢ଼ାଉ ଆରମ୍ଭ ହୋଇଛି l ରାସ୍ତାପାର୍ଶ୍ୱରେ ବସିଥିବା ଉଠା ଦୋକାନୀ ଓ ଟ୍ରଲି ବ୍ୟବସାୟୀଙ୍କଠାରୁ ଫାଇନ ଆଦାୟ ଶହ ଉଚ୍ଛେଦ କରାଯାଇଛି। ଆଗକୁ ମୁଖ୍ୟ ରାସ୍ତା ପାର୍ଶରେ ବସିଲେ ଟ୍ରଲି ସିଜ କରି ଥାନାକୁ ନିଆଯିବ ବୋଲି ଟାଉନ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଚେତାବନୀ ଦେଇଛନ୍ତି।