Categories: Home Leftଖେଳ

ମୁଥ ମରାମରି ହେଲେ ଖେଳାଳି

ମାଡ୍ରିଡ୍‌, ୭ା୮: ସିଜନ ଆରମ୍ଭ ହେବା ପୂର୍ବରୁ ରିଅଲ ବେଟିସ ଓ ଇଟାଲିଆନ୍‌ କ୍ଲବ କୋମୋ ମଧ୍ୟରେ ଖେଳାଯାଇଥିବା ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଖେଳାଳିଙ୍କ ମଧ୍ୟରେ ମୁଥ ମରାମରି ଭଳି ଘଟଣା ଘଟିଛି। ସଦର୍ନ ସ୍ପେନରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଶେଷ ଆଡ଼କୁ ବେଟିସ ଖେଳାଳି ପାବ୍ଲୋ ଫର୍ନାଲ୍ସ ଓ କୋମୋ ମିଡ୍‌ଫିଲ୍ଡର ମାକ୍ସିମୋ ପେରୋନଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଦୁହେଁ ପରସ୍ପରକୁ ମୁଥ ମାରିଥିଲେ।

ଏଥିଯୋଗୁ ଉଭୟ ଦଳର ଖେଳାଳି ପରସ୍ପରକୁ ଆକ୍ରମଣ କରିଥିଲେ ଏବଂ ପରିସ୍ଥିତି ଅନିୟନ୍ତ୍ରିତ ହୋଇଯାଇଥିଲା। ଏଥିରେ ଦୁଇ ଦଳର ବେଞ୍ଚରେ ବସିଥିବା ଖେଳାଳି, ଷ୍ଟାଫ୍‌ ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ ଦଳର ଜଣେ ଲେଖାଏ ଖେଳାଳିଙ୍କୁ ରେଫରି ରେଡ୍‌ କାର୍ଡ ପ୍ରଦାନ କରିଥିଲେ। ପରେ ଖେଳ ପୁନଃ ଆରମ୍ଭ ହୋଇଥିଲା। ଶେଷରେ କୋମୋ ୩-୨ ଗୋଲରେ ମ୍ୟାଚ୍‌ ଜିତି ନେଇଥିଲା।

Share