୩୫୦୦୦ ଫୁଟ ଉଚ୍ଚରେ ଥିଲା ବିମାନ, ପାଇଲଟ୍‌ଙ୍କୁ ମିଳିଲା ଏକ ବଡ଼ ସିଗ୍‌ନାଲ, ଆଉ ତା’ ପରେ…

ଦୁବାଇ,୧୦ା୧୦: ଭିଏନାରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରୁଥିବା ଏୟାର ଇଣ୍ଡିଆ ବିମାନ AI-154 ପ୍ରାୟ ୩୫୦୦୦ ଫୁଟ ଉଚ୍ଚତାରେ ଥିଲା। ଏହି ସମୟରେ ପାଇଲଟ୍‌ ଏକ ବଡ଼ ସିଗ୍‌ନାଲ ପାଇଲେ। ଫଳରେ ମଝି ଆକାଶରୁ ଦୁବାଇକୁ ବିମାନକୁ ଡାଇଭର୍ଟ କରିବାକୁ ବାଧ୍ୟ ହୋଇଥିଲେ।

ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆ ବିମାନ AI-154ର ଅଟୋପାଇଲଟ୍‌ ସିଷ୍ଟମ୍‌ ୩୫୦୦୦ ଫୁଟ ଉଚ୍ଚତାରେ ବିଫଳ ହୋଇଥିଲା, ଯାହା ଫଳରେ ଉଡ଼ାଣକୁ ଦୁବାଇକୁ ଡାଇଭର୍ଟ କରିବାକୁ ବାଧ୍ୟ ହୋଇଥିଲେ ପାଇଲଟ୍‌। ବିମାନଟି ସେଠାରେ ସୁରକ୍ଷିତ ଭାବରେ ଅବତରଣ କରିଛି ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଦୁବାଇରେ ଅବତରଣ କରିବା ପରେ ବିମାନର ବୈଷୟିକ ଦଳ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ବୈଷୟିକ ଦଳର ଅନୁମତି ପରେ, ଉଡ଼ାଣକୁ ପୁନର୍ବାର କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯାଇଥିଲା। ଉଡ଼ାଣଟି ସକାଳ ୮.୪୫ (ଭାରତୀୟ ସମୟ) ରେ ଦୁବାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା।

Dharitri – Odisha’s No.1 Odia Daily

Share