ଜି.ଉଦୟଗିରି,୧୩।୧( ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଫୁଲବାଣୀ ଅଞ୍ଚଳ ଏକଲ ଅଭିଯାନ ସଂସ୍କାର ଶିକ୍ଷା ତରଫରୁ ସୋମବାର ସ୍ଥାନୀୟ ଧବଳେଶ୍ୱର ମନ୍ଦିର ପରିସରରେ ସତସଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳରୁ ୧୪ଟି ସତସଙ୍ଗମଣ୍ଡଳୀ ଯୋଗ ଦେଇଥିବାବେଳେ ବଡ ଡାକପଲା ପ୍ରଥମ, ରିସିଗୁଡା ଦ୍ୱିତୀୟ, କଟଡ଼ଗଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହା ସହିତ ଏହି ତିନୋଟି ସତସଙ୍ଗମଣ୍ଡଳୀ ବାଲିଗୁଡ଼ାରେ ହେବାକୁ ଥିବା ଜିଲାସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବେ ବୋଲି ସୂଚନା ମିଳିଛି। ଜିଲାସ୍ତରରେ କୃତକାର୍ଯ୍ୟ ହେବା ଦଳ ଅଯୋଧ୍ୟା ଯିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରତିଯୋଗିତାରେ ରାୟଗଡ଼ା ଅଞ୍ଚଳ ବ୍ୟାସ ଅଞ୍ଜଳି ପ୍ରଧାନ, ଫୁଲବାଣୀ ଅଞ୍ଚଳ ବ୍ୟାସ ଇନ୍ଦିରା ନାୟକ, ଫିରିଙ୍ଗିଆ ଅଞ୍ଚଳ ବ୍ୟାସ ପ୍ରିୟତମା ପ୍ରଧାନ, ଜି.ଉଦୟଗିରି ସଞ୍ଚ ପ୍ରମୁଖ ମଧୁସ୍ମିତା ପ୍ରଧାନ, ଫୁଲବାଣୀ ଅଞ୍ଚଳ ଏକଲ ଅଭିଯାନ ପ୍ରମୁଖ ଯାକରସ ପ୍ରଧାନ, ଏକଲ ଅଭିଯାନ ସମ୍ପାଦକ ପ୍ରିୟବ୍ରତ ସାହୁ, ସଂସ୍କାର ଶିକ୍ଷା ସଭାପତି ରାଜେନ୍ଦ୍ର ମହାପାତ୍ର, ବିଜେପି ନଗର ସଭାପତି ଭେଙ୍କଟେଶ୍ୱର ବେହେରା ପ୍ରମୁଖ ମଞ୍ଚାସୀନ ଥିବାବେଳେ ସରକାରୀ କଳା ସଂସ୍କୃତି ଜିଲା ଉପସଭାପତି ବିଜେନ୍ଦ୍ର ପ୍ରଧାନ, ସମାଜସେୀ ଅନିଲ କୁମାର ପଟ୍ଟନାୟକ ବିଚାରକ ଭାବେ ଯୋଗ ଦେଇଥିଲେ।