Categories: Home Leftଖେଳ

ପ୍ୟାରିସ ଅଲିମ୍ପିକ୍ସ ମଶାଲ ୪୦୦ ସହର ପରିକ୍ରମା କରିବ

ପ୍ୟାରିସ,୨୪ା୬(ଏପି): ପ୍ୟାରିସ ଅଲିମ୍ପିକ୍ସର ଆୟୋଜକ ଗଣ ଶୁକ୍ରବାର ମଶାଲ ରିଲେର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। କଲ୍‌ଡ୍ରନ୍‌ରେ ଅଗ୍ନି ସଂଯୋଗ ପୂର୍ବରୁ ଅଲିମ୍ପିକ ମଶାଲ ୬୮ରୁ ଅଧିକ ଦିନ ବିଶ୍ୱର ୪୦୦ଟି ସହର ପରିକ୍ରମା କରିବ। ଆୟୋଜକ କମିଟି ସଭାପତି ଟୋନି ଇଷ୍ଟାନ୍‌ଗ୍ବେଟ୍‌ କହିଛନ୍ତି, ପରମ୍ପରା ଅନୁସାରେ ଆସନ୍ତା ବର୍ଷ ଏପ୍ରିଲ ୧୬ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗ୍ରୀସ୍‌ର ପୁରାତନ ଅଲିମ୍ପିଆରେ ସୂର୍ଯ୍ୟଙ୍କ କିରଣରୁ ମଶାଲରେ ଅଗ୍ନି ସଂଯୋଗ କରାଯିବ। ଏଥେନ୍ସକୁ ହସ୍ତାନ୍ତର ପୂର୍ବରୁ ଏହା ଦେଶ ସାରା ପରିକ୍ରମା କରିବ। ଏପ୍ରିଲ ୨୭ରେ ମଶାଲ ଏଥେନ୍ସ ପ୍ରସ୍ଥାନ କରି ବେଲେମ ନାମକ ଏଜ ଜାହାଜରେ ୨,୬୦୦ ବର୍ଷର ପୁରାତନ ଗ୍ରୀକ୍‌ ଉପନିବେଶ ଫ୍ରେଞ୍ଚ ବନ୍ଦର ମର୍ସିଲି ଅଭିମୁଖେ ଯାତ୍ରା କରିବ। ବେଲେମ ପ୍ରଥମେ ୧୮୯୬ରେ ବ୍ୟବହାର କରାଯାଇଥିଲା। ସେହିବର୍ଷ ଆଧୁନିକ ଅଲିମ୍ପିକ ପ୍ରତ୍ୟାବର୍ତ୍ତନ କରିଥିଲା। ଜାହାଜଟି ମର୍ସିଲିରେ ମେ’ ୮ ତାରିଖରେ ପହଞ୍ଚତ୍ବ।