ତିହିଡି଼, ୬।୧(ସଞ୍ଜିତ ବଳ): ସରସ୍ବତୀ ମେଢ଼ ଭସାଣି ବେଳେ ଡିଜେରୁ ତଳକୁ ଖସିପଡ଼ିଲେ ଅପରେଟର। ତାଙ୍କ ଉପରେ ଗାଡ଼ି ଚକା ଚଢିଯିବାରୁ ଅପରେଟରଙ୍କ ଜୀବନ ଯାଇଥିବା ଜଣାପଡିଛି। ମୃତ ଅପରେଟରଙ୍କ ନାଁ ସିଦ୍ଧାନ୍ତ କୁମାର ଗୁପ୍ତା (୨୨) ଏବଂ ତାଙ୍କ ଘର ଭଦ୍ରକ ଟାଉନ ଥାନା ଅଧୀନ ବଙ୍କସାହି ଗ୍ରାମରେ l
ତିହିଡି଼ ବ୍ଲକ ପୀରହାଟ ଥାନା ଦୌଲତପୁର ପଞ୍ଚାୟତ ଅଧୀନ ମାଲପୁର ଗ୍ରାମରେ ବୁଧବାର ରାତି ୧ଟା ବେଳେ ଘଟିଥିବା ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ ୨/୨୫) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l ମାଲପୁର ଗ୍ରାମରେ ସରସ୍ବତୀ ମେଢ଼ ଭସାଣି ଶୋଭାଯାତ୍ରା ହେଉଥିଲା l ଶୋଭାଯାତ୍ରାରେ ସାମିଲ ଥିବା ଡିଜେର ଅପରେଟର କୌଣସି କାରଣରୁ ତଳକୁ ଖସିପଡ଼ିଥିଲେ l ପରେ ତାଙ୍କ ଉପରେ ଡିଜେ ଗାଡ଼ି ଚକା ଚଢିଯାଇଥିଲା l ଗୁରୁତର ଆହତ ଅବସ୍ଥାରେ ସିଦ୍ଧାନ୍ତଙ୍କୁ ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l