ଏକମାତ୍ର ଭରସା ସୋଲାର ଜଳପ୍ରକଳ୍ପ ଅଚଳ:ହନ୍ତସନ୍ତ ଗ୍ରାମବାସୀ

ଦାରିଙ୍ଗବାଡି, ୧୫।୭ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଦଡିବାଡି ଗ୍ରାମରେ ଜଳସଙ୍କଟ ଦେଖାଯାଇଛି। ଏକମାତ୍ର ଭରସା ସୋଲାର ପମ୍ପ ଅଚଳ ଯୋଗୁ ଗାଁରେ ପିଇବା ଓ ନିତ୍ୟ ବ୍ୟବହାର ପାଇଁ ପାଣି ମିଳୁନାହିଁ। ଏଭଳି ଗତ ଦୁଇ ଦିନ ହେଲା ଅଚଳ ଯୋଗୁ ଗ୍ରାମବାସୀ ଚୁଆ, ବିଲରୁ ଜଳ ସଂଗ୍ରହ କରି ଦୁଇଦିନ ହେଲା ବ୍ୟବହାର କରୁଥିବା ଗ୍ରାମର ଉମାକାନ୍ତ ଦିଗାଲଙ୍କ ସମେତ ସରୋଜ ମାଝୀ,ଆଦମ ଦିଗାଲ ଏବଂ ଧନରାଜ ଦିଗାଲ ଅଭିଯୋଗ କରିଛନ୍ତି। ତୁରନ୍ତ ଏହାର ମରାମତି କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କ୍ଷୀରବ୍ଦ ରାଉତଙ୍କ ସହ ଯୋଗାଯୋଗ କରାଯିବାରୁ କୌଣସି ଲୋକ ତାଙ୍କୁ ଏହି ସମ୍ପର୍କରେ ସୂଚନା ଦେଇନଥିଲେ ସେ ଏବେ ଶୁଣିଲେ କାଲି ସୁଦ୍ଧା ତାର ମରାମତି କରିବୁ ବୋଲି ସେ କହିଛନ୍ତି।