The Tokyo Skytree is illuminated with the color of the Olympic Torch to mark 100 days until the start of torch relay for the postponed Olympics, Tokyo, Japan December 15, 2020, in this photo taken by Kyodo. Mandatory credit Kyodo/via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY. MANDATORY CREDIT. JAPAN OUT.
ଟୋକିଓ, ୧୬ ।୧୨ (ଏପି): କରୋନା ମହାମାରୀ ବେଳେ ସଫଳତାର ସହ ଅଲିମ୍ପିକ୍ସ ଆୟୋଜନ ହୋଇ ପାରିବ କି ନା ତାହା ଏବେିବି ଅସ୍ପଷ୍ଟ। ଏହାସତ୍ତ୍ୱେ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସର ଆୟୋଜନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ୩ମାସ ପରେ ଅର୍ଥାତ୍ ମାର୍ଚ୍ଚ ୧୫ରୁ ଜାପାନ ସହର ଫୁକୁଶିମାଠାରୁ ମଶାଲ ରିଲେ ଆରମ୍ଭ ହେବ ବୋଲି ଆୟୋଜକଗଣ ମଙ୍ଗଳବାର ସୂଚନା ଦେଇଛନ୍ତି। ମଶାଲ ରିଲେ ସମଗ୍ର ଜାପାନ ପରିକ୍ରମା କରିବ। ଏଥିରେ ୧୦,୦୦୦ ଧାବକ ଏବଂ ସମାନ ସଂଖ୍ୟକ ଅଫିସିଆଲ ଭାଗ ନେବେ। ଏଥିରେ ସ୍ଥାନୀୟ ବାସିନ୍ଦାଙ୍କୁ ସାମିଲ କରାଯାଇ ନାହିଁ। ରିଲେ ପାଇଁ କେତେକ କୋଭିଡ୍ କଟକଣା ଜାରି କରାଯାଇଥିବା ଟୋକିଓ ଅଲିମ୍ପିକ ଆୟୋଜକ କମିଟି ଉପମହାନିର୍ଦ୍ଦେଶକ ୟୁକିହିକୋ ନୁନୋମୁରା କହିଛନ୍ତି। ଅଲିମ୍ପିକର ଦୁଇ ହେଭିଓ୍ବେଟ୍ ପ୍ରାୟୋଜକ ଟୋୟୋଟା ଏବଂ କୋକାକୋଲା ରିଲେର ପ୍ରାୟୋଜକ ହୋଇଛନ୍ତି। ଖର୍ଚ୍ଚ ଓ ସୁରକ୍ଷା ଦୃଷ୍ଟିରୁ ପ୍ରଥମେ ଏହି ଇଭେଣ୍ଟକୁ ଏଥର ନ କରିବା ଲାଗି ବିଚାର ହୋଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଥିଲା। ମଶାଲ ରିଲେ ୧୨୧ ଦିନ ଧରି ଅନୁଷ୍ଠିତ ହେବ। ଏହା ୮୫୯ ମ୍ୟୁନିସିପାଲିଟି ମଧ୍ୟ ଦେଇ ଅତିକ୍ରମ କରିବ। କାର୍ଯ୍ୟକ୍ରମକୁ ସହଜ ଓ ସରଳ କରିବା ଲାଗି ଯୋଜନା ହୋଇଛି। ଦର୍ଶକ ଓ ଯାନବାହନ ସଂଖ୍ୟାକୁ ସୀମିତ କରାଯାଇଥିବା ମୁନୋମୁରା କହିଛନ୍ତି। ୧୦୦ଦିନ ପରେ ରିଲେ ଆରମ୍ଭ ହେବା ପର୍ଯ୍ୟନ୍ତ ଜାପାନର ସର୍ବୋଚ୍ଚ ଟାଓ୍ବାର ଦି ଟୋକିଓ ସ୍କାଏଟ୍ରିକୁ ମଙ୍ଗବାରଠାରୁ ସ୍ବର୍ଣ୍ଣାଲୋକରେ ସଜ୍ଜିତ କରାଯାଇଛି। ସ୍ଥଗିତ ରଖାଯାଇଥିବା ଟୋକିଓ ଅଲିମ୍ପିକ୍ସ ୨୦୨୧ ଜୁଲାଇ ୨୩ରୁ ଆରମ୍ଭ ହେବ। ଏଥିରେ ପ୍ରାୟ ୧୧,୦୦୦ ଆଥଲେଟ ଅଂଶଗ୍ରହଣ କରିବେ। ଏହାଛଡ଼ା ପାରା ଅଲିମ୍ପିକ୍ସରେ ଆହୁରି ୪,୪୦୦ ଅଧିକ ଅଂଶଗ୍ରହଣ କରିବେ। ଆସନ୍ତାବର୍ଷ ପ୍ରାରମ୍ଭରେ କରୋନା ଭାଇରସ ପାଇଁ କି କି ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଉଛି ତାହାକୁ ମଶାଲ ରିଲେ କାର୍ଯ୍ୟକ୍ରମ ଓ ଅଲିମ୍ପିକ୍ସ ଆୟୋଜକ ଅପେକ୍ଷା କରି ରହିଛନ୍ତି। କରୋନା ଚିକିତ୍ସା ପାଇଁ କେତୋଟି ଭ୍ୟାକ୍ସିନ ବାହାରିବା ପରେ ସେମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଜାପାନରେ ଗତ କିଛି ସପ୍ତାହ ହେଲା ନୂଆ କରୋନା ସଂକ୍ରମିତ ଦେଖିବାକୁ ମିଳିଛି। ଶନିବାର ମୋଟ ନୂଆ ରୋଗୀ ସଂଖ୍ୟା ୩,୦୪୧ରେ ପହଞ୍ଚତ୍ଛି। ପ୍ରଥମ ଥର ଏହା ୩,୦୦୦ ଅତିକ୍ରମ କରିଛି। ଜାପାନର ଲୋକସଂଖ୍ୟା ପ୍ରାୟ ୧୨୫ ନିୟୁତ। ଦେଶରେ ମହାମାରୀକୁ ନିୟନ୍ତ୍ରଣରେ ରଖାଯାଇ ପାରିଛି। ଦେଶରେ କରୋନାରେ ଏପର୍ଯ୍ୟନ୍ତ ୨,୫୦୦ ଲୋକ ମୃତ୍ୟୁ ବରଣ କରିସାରିଛନ୍ତି।