ବଜ୍ରପାତରେ ବିଲ ହିଡ଼ରେ ଟଳିପଡ଼ିଲେ ବୃଦ୍ଧ

ହାଟଡିହୀ,୧୧ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ବାଲିବରେଇ ପଞ୍ଚାୟତ ସାରୁକୋଣା ଶାସନର ଦେହୁରୀ ସାହି ପଦୁ ପ୍ରଧାନ (୬୫)ଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି l ପଦୁ ଅପରାହ୍ନରେ ଛେଳି ଚରାଇ ଘରକୁ ଫେରୁଥିଲେ। ହଠାତ୍‌ କାଳବୈଶାଖୀ ଆସିଥିଲା। ବର୍ଷା ପବନ ସହ ବଜ୍ରପାତ ହୋଇଥିଲା। ଫଳରେ ପଦୁ ଘରକୁ ଫେରୁଥିବା ବେଳେ ଗାଁ ନିକଟ ଖେଳ ପଡ଼ିଆ ନିକଟ ଏକ ବିଲ ହିଡ଼ରେ ବଜ୍ରପାତ ଯୋଗୁ ଟଳି ପଡ଼ିଥିଲେ। ଗାଁ ଲୋକ ପଦୁ ପଡ଼ିଥିବା ଦେଖି ସୋସୋ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ବ୍ୟବଚ୍ଛେଦ କରାଇଛି। ଥାନା ଅଧିକାରୀ ବିଜୟ ବିହାରୀ କହିଛନ୍ତି, ବଜ୍ରପାତରେ ପଦୁ ପ୍ରଧାନଙ୍କ ମୃତ୍ୟୁ ଘଟିଛି l ୮/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Share
Tags: lightining