ବୁଥ୍‌ରେ ଭୋଟ ଦେବାକୁ ଅଫିସର ଭୋଟରଙ୍କୁ ବାଧ୍ୟ କରିପାରିବେ ନାହିଁ

କୋଲକାତା,୨୯।୩: ପ୍ରତ୍ୟେକ ଯୋଗ୍ୟ ଭୋଟର ଯେପରି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ, ସେଥିପାଇଁ ନିର୍ବାଚନ କମିଶନ ଏଥର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି। ଭୋଟରମାନଙ୍କୁ ଏଥିପାଇଁ ସଚେତନ କରାଯାଉଛି। ବୁଥ୍‌ରେ ପ୍ରିଜାଇଡିଂ ଅଫିସରଙ୍କ ଆଗରେ ନିଜ ପରିଚୟ ପଞ୍ଜୀକୃତ କରିବା ପରେ ଅନେକ ଭୋଟର ଭୋଟ ପ୍ରତ୍ୟାଖ୍ୟାନ କରିବା ଅଧିକାର ସମ୍ପର୍କରେ ସଚେତନ ନୁହନ୍ତି। ଏଥିପାଇଁ ଇଲେକ୍ଟୋରାଲ ଭୋଟିଂ ମେଶିନ୍‌ (ଇଭିଏମ୍‌)ରେ ନନ୍‌ ଅଫ୍‌ ଦି ଏବଭ (ନୋଟା) ବଟନ୍‌ ରହିଛି।

କୌଣସ ପ୍ରାର୍ଥୀଙ୍କ ଉପରେ ଭୋଟର ଆସ୍ଥା ପ୍ରକଟ କରୁ ନ ଥିଲେ ନୋଟା ବଟନ୍‌ ଚିପି ତାଙ୍କ ଭୋଟ ପ୍ରତ୍ୟାଖ୍ୟାନ ଅଧିକାର ସାବ୍ୟସ୍ତ କରିପାରିବେ। ନିର୍ବାଚନ ପରିଚାଳନା ନିୟମାବଳୀର ଧାରା ୪୯-ଓ ଅନୁଯାୟୀ ଜଣେ ଭୋଟର ଭୋଟ ଦେବାକୁ ମନା କରିବା ପରେ ତାଙ୍କୁ ପିଜାଇଡିଂ ଅଫିସର ମତଦାନ ପାଇଁ ବାଧ୍ୟ କରିପାରିବେ ନାହିଁ।

Share