ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ସୁନିତା ଦୀର୍ଘ କିଛି ମାସ ହେବ ଅସୁସ୍ଥ ଥିଲେ। ତେବେ ହଠାତ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ପ୍ରଥମେ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଏହି ଆକସ୍ମିକ ବିୟୋଗରେ ଖବରଦାତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ବଡ଼ ପୁଅ ସନ୍ତୋଷ କୁମାର ବେହେରା ମୁଖାଗ୍ନି ଦେଇଥିବା ବେଳେ ଝିଅ ରୋଜାଲିନ, ସାଲିନି ଓ ସାନ ପୁଅ ଗଜେନ୍ଦ୍ରଙ୍କ ସମେତ ଆତ୍ମୀୟ ଉପସ୍ଥିତ ଥିଲେ।

ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ରବୀନ୍ଦ୍ର କୁମାର ପଣ୍ଡା, ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ, ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀ ଓ ନିରଞ୍ଜନ ପରିଡା ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ଭେଟିବା ପାଇଁ କାଇଁଚପୁର ବାସଭବନରେ ପହଞ୍ଚିଥିଲେ। ବିଧାୟକ ନାୟକ ଶୋକବ୍ୟକ୍ତ କରିବା ସହ ଖବରଦାତା ରାମ ଚନ୍ଦ୍ର ବେହେରାଙ୍କୁ ସମବେଦନା ଜଣାଇ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Dharitri – Odisha’s No.1 Odia Daily

Share