ବୌଦ୍ଧ, ୨୮।୨(ଅଜିତ କୁମାର ବାରିକ): ବାହାଘରର ୨ ପରେ ପ୍ରେମିକ ସାଙ୍ଗରେ ଫେରାର ହୋଇଯାଇଛନ୍ତି ନବବଧୂ। ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲାରେ। ସ୍ବାମୀ ଥାନାରେ ମାମଲା ଦେବା ପରେ ପ୍ରେମିକ ଏବଂ ନବବଧୂ ଉଠାଇ ଆଣିଛି ପୋଲିସ l
ମିଳିଥିବା ସୂଚନା ମୁତାବକ, ଗତ ୨୨ ତାରିଖରେ ବଲାଙ୍ଗୀର ଜିଲା ଦେଓଗାଁ ଥାନା ମୁର୍ସିଙ୍ଗ ଗାଁର ତିଲୁ ଭୋଇ କଣ୍ଟାମାଳ ଥାନା ବରଗାଁ ଖଲିଆପାଲି ମମତା ରାଉତଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l ତେବେ ବାହାଘରର ୨ ପରେ ନବବଧୂ କଣ୍ଟାମାଳର ପ୍ରେମିକ ସୁବାସ ଚନ୍ଦ୍ର ସାହୁ ସହ ଫେରାର ମାରିଥିଲା l ଏନେଇ ସ୍ବାମୀ ତିଲୁ ଭୋଇ ଦେଓଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ କଣ୍ଟାମାଳ ପୋଲିସ ସନ୍ଧ୍ୟାରେ ପ୍ରେମୀଯୁଗଳଙ୍କୁ ଥାନାକୁ ଉଠେଇ ଆଣିଥିଲା l ତେବେ ପଚରାଉଚରା ପରେ କଣ୍ଟାମାଳ ପୋଲିସ ରାତିରେ ଦେଓଗାଁ ପୋଲିସ ହାତରେ ପ୍ରେମୀଯୁଗଳଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି l