ଛାତ୍ରୀଛାତ୍ରଙ୍କ ଲାଗି କ୍ରୀଡାର ଆବଶ୍ୟକତା: ଗରୁରତ୍ୱାରୋପ କଲେ…

ପୁରୁଷୋତ୍ତମପୁର,୧୩।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଇପୁର ସରକାରୀ ଉନ୍ନିତ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅନିତା କୁମାରୀ ବେହେରା ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ରଶ୍ମିତା ବେହେରା ଓ ସମ୍ମାନିତ ଅତିଥି ଭାବେ ଶିକ୍ଷକ କିଶୋର ଚନ୍ଦ୍ର ସାହ, କ୍ରୀଡା ପ୍ରଶିକ୍ଷକ ଭଗବାନ ବେହେରା ଯୋଗଦେଇ ଛାତ୍ରୀଛାତ୍ରଙ୍କ ଲାଗି କ୍ରୀଡାର ଆବଶ୍ୟକତା ସମ୍ପର୍କରେ ଗରୁରତ୍ୱାରୋପ କରିଥିଲେ। ଏହି ଉତ୍ସବ ଦୁଇଦିନ ଧରି ଚାଲିବ। ଏହାକୁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ପରିଚଳନା କରିବାରେ ଲାଗିଛନ୍ତି।

Dharitri – Odisha’s No.1 Odia Daily

Share