ଗାଁଠୁ ସହର ସବୁଠି କମ୍ପି ଉଠୁଛି ଜାତୀୟ ସଙ୍ଗୀତ

ଦାରିଙ୍ଗବାଡି, ୧୫।୮ (ଅରୁଣ ସାହୁ): ୭୯ତମ ସ୍ବାଧୀନତା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ୨୫ ପଞ୍ଚାୟତର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଏହି ଦିବସ ବଡ଼ ଧୂମଧାମରେ ପାଳିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଭୋର ସମୟରୁ ଛାତ୍ରୀଛାତ୍ରମାନେ ୟୁନିଫର୍ମ ସହ ଜାତୀୟ ପତାକା ଲୋଗ ସହ ବିଭିନ୍ନ ସାମଗ୍ରୀରେ ନିଜକୁ ସଜେଇ ହୋଇ ନିଜ ବିଦ୍ୟାଳୟ ଓ ମହାବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଜାତୀୟ ପତାକା ଧରି ରାମଧୁନ ସହ ମହାପୁରୁଷମାନଙ୍କ ନାମରେ ଜୟହିନ୍ଦ କହି ପରିକ୍ରମା କରିଥିଲେ। ପରେ ପୁଣି ବିଦ୍ୟାଳୟରେ ପହଞ୍ଚି ପରେଡ ସହ ଜାତୀୟପତାକା ଉତ୍ତୋଳନ କରିଥିଲେ। ପରେ ଜାତୀୟ ସଙ୍ଗୀତ ଗାନ କରିଥିଲେ
ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ ପାଇଁ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ତଥା ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଏହି ପତାକା ଉତ୍ତୋଳନ କରିଥିଲେ। ସେହିପରି ପଞ୍ଚାୟତ କାର୍ଯ୍ୟାଳୟ, ଅଗ୍ନିଶମ ବିଭାଗ, ପୋଲିସ ବିଭାଗ, ବ୍ଲକ, ତହସିଲ, ବନାଞ୍ଚଳ କାର୍ଯ୍ୟାଳୟ ସମେତ ଏକାଧିକ ସ୍ଥାନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ବ୍ୟାଙ୍କ ପ୍ରତିଷ୍ଠାନ, ଜାଗୃତି କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟଳୟ ଗୁଡିକରେ ଏହି ଦିବସ ଅବସରରେ ଉତ୍ସବ ମୁଖର ହୋଇପଡିଛି। ବାଡାବାଙ୍ଗା ସେବାଶ୍ରମରେ ପ୍ରଧାନ ସେବକ ପ୍ରାଣବନ୍ଧୁ ମହାନାୟକଙ୍କ ଅଧ୍ୟକ୍ଷତାରେ ଛାତ୍ରୀଛାତ୍ରମାନେ ବାଡାବାଙ୍ଗା ବଜାର ଓ ଗ୍ରାମ ପରିକ୍ରମା କରି ସେବାଶ୍ରମରେ ପହଞ୍ଚି ପତାକା ଉତ୍ତୋଳନ କରିଥିଲେ।