ବଲାଙ୍ଗିର/ସଇଁତଲା,୧୮।୧୧(ସୁନିଲ ମହାନ୍ତି,ରାଖାଲ ପ୍ରସାଦ ଶତପଥୀ): ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସୋମବାର ପରଲୋକ ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବାପରେ ସାରା ଓଡ଼ିଶା କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ତାଙ୍କ ମରଶରୀରକୁ ଏକ ଆସୁଲାନ୍ସରେ ନିଜ ଜନ୍ମ ମାଟି ଟିଟିଲାଗଡ଼କୁ ଅଣାଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଥିଲା ।
ହ୍ୟୁମାନଙ୍କ ପୈତୃକ ଗାଁ ସଇଁତଲା ବ୍ଳକ ଅନ୍ତର୍ଗତ ଡ଼େଙ୍ଗ ଗ୍ରାମ। ମଙ୍ଗଳବାର ସକାଳ ପ୍ରାୟ ୧୨ଟା ସମୟରେ ତାଙ୍କ ମରଶରୀର ସଇଁତଲା ପହଞ୍ଚିଥିଲା । ସଇଁତଲା ନବୀନ ଛକରୁ ଏକ ମୋଟରସାଇକେଲ ରାଲିରେ ଶତାଧୁକ ପ୍ରଶଂସକ ଡେଙ୍ଗ ଗ୍ରାମ ପର୍ଯ୍ୟନ୍ତ ଯାଇଥିଲେ । ହ୍ୟୁମାନ ସାଗର ଅମର ରହେ ନାରାରେ ରାସ୍ତା ପ୍ରକମ୍ପିତ ହୋଇଉଠିଥିଲା। ଡେଙ୍ଗ ଗାଁରେ ପହଞ୍ଚିବା ପରେ ସେଠାରେ ପରିବାର ତଥା ସମ୍ପକୀୟମାନେ ଶେଷ ଦର୍ଶନ କରିଥିଲେ । ହ୍ୟୁମାନଙ୍କ ବାପା ଢ଼େଙ୍ଗ ଗ୍ରାମର ସ୍ଥାୟୀବାସିନ୍ଦା । ଚାକିରି ପାଇବା ପରେ ସେ ଟିଟଲାଗଡ଼ରେ ରହିବା ସହ ସେଠାକାର ବାସିନ୍ଦା ହୋଇଥିଲେ। ତାଙ୍କ ପରିବାର ଟିଟଲାଗଡ଼ରେ ରହୁଥିବାବେଳେ ସମ୍ପକୀୟମାନେ ସଇଁତଲାସ୍ଥିତ ଡ଼େଙ୍ଗ ଗ୍ରାମରେ ବସବାସ କରୁଛନ୍ତ। ସେଠାରୁ ହ୍ୟୁମାନଙ୍କ ପାର୍ଥୀବ ଶରୀରକୁ ଟିଟିଲାଗଡ଼ ନିଆଯାଇଥିଲା । ଡେଙ୍ଗ ସମିତି ସଭ୍ୟ ସିମରନ ସିଂ ଭୋଇ, ସଇଁତଲା ସରପଞ୍ଚ ସୁବ୍ରତ ନାଗ ଓ ବହୁ ବିଶିଷ୍ଟ ବ୍ୟକ୍ତି ହ୍ୟୁମାନଙ୍କ ଶେଷ ଦର୍ଶନ କରିଥିଲେ।
Dharitri – Odisha’s No.1 Odia Daily