ରାୟଗଡ଼ା,୧୪।୧: ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ତେଲୁଗୁ ସମ୍ପ୍ରଦାୟର ମକର ସଂକ୍ରାନ୍ତି ପୂର୍ବରୁ ଭୋଗୀ ମାଣ୍ଟା ଅର୍ଥାତ ନିଆଁ ଲଗାଇ ପୁଜା ପାଠ କରାଯାଏ। ତେବେ ଏହି ଭୋଗୀ ପୋଡି ବେଳେ ବଡ଼ ଅଘଟଣ ଘଟିଛି। ବାଣ ଫୁଟି ୪ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ସହରର କାମ୍ପ ସାହିରେ। ଗୁରୁତରଙ୍କୁ ବିଶାଖାପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, କେହି ଦୁବୃର୍ତ୍ତ କିଏ ଭୋଗୀ ନିଆଁରେ ମେଞ୍ଚାଏ ବାଣ ପକେଇ ଦେଇଥିଲେ। ଫଳରେ ପ୍ରବଳ ମାତ୍ରାରେ ବିସ୍ଫୋରଣ ହୋଇଥିଲା, ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ପ୍ରଥମେ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଥିବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଏ ନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।
Dharitri – Odisha’s No.1 Odia Daily