ଘାରିଛି ରିଲ୍ସ ନିଶା: ଟ୍ରେନ୍‌ ଆସିବା କ୍ଷଣି ସିଧା ଟ୍ରାକ୍‌ରେ ଶୋଇପଡ଼ିଲା ନାବାଳକ, ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆରେ ଅଧିକାଂଶ ଲୋକଙ୍କୁ ରିଲ୍ସ ନିଶା ଘାରିଛି। ଏହି ନିଶାରେ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଉନାହାନ୍ତି ଲୋକେ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଭିଡିଓଟି ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଟ୍ରେନ୍‌ ଟ୍ରାକ୍‌ରେ ଜଣେ ନାବାଳକ ବସିଛି। ଟ୍ରେନ୍‌ ଆସିବା ପରେ ସେ ସଙ୍ଗେ ସଙ୍ଗେ ଟ୍ରାକ୍‌ରେ ହଲଚଲ ନ ହୋଇ ଶୋଇପଡୁଛି। ତା’ ପାଖରେ ଥିବା ପିଲାମାନେ ଜୋର୍‌ରେ ପାଟି କରି କହୁଛନ୍ତି ଉଠିବୁନି। ଟ୍ରେନ୍‌ ଆସୁଛି। ଟ୍ରେନ୍‌ ଗଲେ ଉଠିବୁ। ଆଉ ଅଳ୍ପ ବାକି ଅଛି ଟ୍ରେନ୍‌ ଗଲେ ଉଠିବୁ।

ଟ୍ରେନ୍‌ ଅତିକ୍ରମ କରିଯିବା ପରେ ପିଲାଟି ଉଠିପଡ଼ି ହସିହସି ଅନ୍ୟ ଦୁଇ ସାଙ୍ଗଙ୍କ ସହ ଖୁସିରେ ନାଚୁଛି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହି ଖବର ରେଳବାଇ ପୋଲିସ ପାଖରେ ପହଞ୍ଚିଥିଲା। ତୁରନ୍ତ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ନାବାଳକଙ୍କୁ ଅଟକ ରଖିଛି।