Categories: Home Leftଖେଳ

ଟି୨୦ରେ ଇତିହାସ ରଚିଥିବା ମ୍ୟାଚ୍‌

ଦୁବାଇ, ୨୫ା୧୧ (ପି.ଟି.)- ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ପୁରୁଷ ଟି୨୦ କ୍ରିକେଟ ବିଶ୍ୱକପ୍‌କୁ ବିଶ୍ୱବ୍ୟାପୀ ରେକର୍ଡ ସଂଖ୍ୟକ ଦର୍ଶକ ଦେଖିଛନ୍ତି। ଟେଲିଭିଜନ ଜରିଆରେ ଏହି ଇଭେଣ୍ଟକୁ ୧୬୭ ନିୟୁତ ଦର୍ଶକ ଦେଖିଥିବା ଖେଳର ପରିଚାଳନା ପରିଷଦ ଗୁରୁବାର ସୂଚନା ଦେଇଛି। ସବୁଠୁ ବଡ଼ କଥା ହେଲା ଭାରତ-ପାକିସ୍ତାନ ମୁକାବିଲାକୁ ରେକର୍ଡ ସଂଖ୍ୟକ ଦର୍ଶକ ଉପଭୋଗ କରିଥିଲେ। ଅନ୍ତର୍ଜାତୀୟ ଟି୨୦ ଇତିହାସର ଯେକୌଣସି ମ୍ୟାଚ୍‌ ଦେଖଣାହାରୀଙ୍କ ସଂଖ୍ୟାଠାରୁ ଖବୁ ଅଧିକ ବୋଲି ଆଇସିସି କହିଛି। ପୂର୍ବରୁ ଏହି ରେକର୍ଡ ୨୦୧୬ ଟି୨୦ ବିଶ୍ୱକପ୍‌ ସେମିଫାଇନାଲ (ଭାରତ-ଓ୍ବେଷ୍ଟଇଣ୍ଡିିଜ) ନାମରେ ରହିଥିଲା।

୫ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟର ସିଧାପ୍ରସାରଣ ୨୦୦ଟି ଦେଶରେ କରାଯାଇଥିଲା। ମୋଟ ୧୦,୦୦୦ ଘଣ୍ଟା ପ୍ରସାରଣକୁ ଭାରତ, ପାକିସ୍ତାନ, ୟୁକେ, ଅଷ୍ଟ୍ରେଲିଆ ଓ ୟୁଏସଏରେ ଅଧିକ ସଂଖ୍ୟକ ଦର୍ଶକ ଉପଭୋଗ କରିଥିଲେ।